pakka

ବଲାଙ୍ଗିର ସଦର ବ୍ଲକ କର୍ଲାପିଟା ଠାରେ ବିଜେଡ଼ି ପକ୍ଷରୁ ବିରାଟ ଆଦିବାସୀ ସମାବେଶ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ମୁଣ୍ଡ ଉପରେ ନିର୍ବାଚନ । ଏଥି ସକାଶେ ବିଜେଡ଼ି ବିଧାୟକ ପ୍ରାର୍ଥୀ କଳିକେଶଙ୍କ ମାରାଥନ୍‌ ପ୍ରଚାର ଜାରି ରହିଛି । ଏହି କ୍ରମରେ ଘରକୁ ଘର ପ୍ରଚାର ଚାଲିଥିବା ବେଳେ ବଲାଙ୍ଗିର ସଦର ବ୍ଲକରେ ବିଜେଡ଼ି ପକ୍ଷରୁ ଆଦିବାସୀ ସମାବେଶ ଆୟୋଜିତ ହୋଇଥିବା ଦେଖିବାକୁ ମିଳିଛି । ସଦର ବ୍ଲକ ବାରପୁଡଗିଆ ପଞ୍ଚାୟତର କର୍ଲାପିଟା ଠାରେ ବିରାଟ ଆଦିବାସୀ ସମାବେଶରେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ସଭାପତିତ୍ୱ କରିଥିବା ବେଳେ କଳିକେଶ ନାରାୟଣ ସିଂହଦେଓ ଆଦିବାସୀ ସମାଜକୁ ବଲାଙ୍ଗିରର ବିକାଶ ପାଇଁ ଭୋଟ୍‌ ସ୍ୱରୂପ ଆଶିର୍ବାଦ ଭିକ୍ଷା କରିଥିଲେ । ଗତ ସନ୍ଧ୍ୟାରେ ବଲାଙ୍ଗିର ସହର ୱାର୍ଡ ନମ୍ବର ୧୬ରେ ଘରକୁ ଘର ବୁଲି ବିଜେଡ଼ିର ଦକ୍ଷନେତା କଳିକେଶ ନିଜ ପାଇଁ ପ୍ରଚାର କରିଥିବା ବେଳେ ୱାର୍ଡ ନମ୍ବର ୨ରେ ସାଧାରଣ ସଭାରେ ଯୋଗ ଦେଇଥିଲେ । ଏହି ସଭାରେ ରାଜ୍ୟ ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ଯୋଜନା ଏବଂ ବଲାଙ୍ଗିର ସହରର ପ୍ରତ୍ୟେକ ୱାର୍ଡରେ କରାଯାଇ ଥିବା ଜନ କଲ୍ୟାଣ କାର୍ଯ୍ୟ ସଂପର୍କରେ ଆଲୋକପାତ କରିଥିଲେ କଳିକେଶ । ଆଗାମୀ ଦିନରେ ବଲାଙ୍ଗିର ବିକାଶକୁ ନେଇ ତାଙ୍କର ଆଭିମୁଖ୍ୟ କ’ଣ ରହିଛି, ସେ ସଂପର୍କରେ ସାଧାରଣ ଜନତାଙ୍କୁ ଅବଗତ କରାଇଥିଲେ । କଳିକେଶଙ୍କ ମାରାଥନ୍‌ ପ୍ରଚାର କାର୍ଯ୍ୟକ୍ରମରେ ବଲାଙ୍ଗିର ପୌରଅଧ୍ୟକ୍ଷା ଲିକା ସାହୁ ଏବଂ କାଉନ୍‌ସିଲର୍‌ ବୃନ୍ଦ ଉପସ୍ଥିତ ଥିବାବେଳେ ବରିଷ୍ଠ ନେତା ପ୍ରଭାସ ପାଣିଗ୍ରାହୀ, ବିଧୁଭୂଷଣ ତ୍ରୀପାଠି ମଧ୍ୟ ସାମିଲ ହୋଇଥିଲେ । ଏଥିସହିତ ଅଞ୍ଚଳର ବରିଷ୍ଠ ନାଗରିକ ବୃନ୍ଦ କଳିକେଶ ନାରାୟଣ ସିଂହଦେଓଙ୍କ ସପକ୍ଷରେ ପ୍ରଚାରକୁ ଓହ୍ଲାଇଥିବା କୁହାଯାଇଛି ।

jay balangir
Leave A Reply

Your email address will not be published.

16 − one =

error: Content is protected !!