csstore

ଆଗଲପୁର ବ୍ଲକସ୍ତରୀୟ ପ୍ରାଥମିକ ଶିକ୍ଷକ ସମାବେଶ ଅନୁଷ୍ଠିତ

ଆଗଲପୁର, (କେପିଏନ୍‌ଏସ୍‌) : ଆଗଲପୁର ବ୍ଲକର ଡୁଡୁକାସ୍ଥିତ ବ୍ଲକ କାର୍ଯ୍ୟାଳୟ ପରିସରରେ ବ୍ଲକ ଅନ୍ତର୍ଗତ ପ୍ରାଥମିକ ଶିକ୍ଷକ ସମାଜର ଏକ ମହାସମାବେଶ ଅନୁଷ୍ଠିତ ହୋଇଯାଇଛି । “ଶିକ୍ଷାର ବିକାଶରେ ଶିକ୍ଷକ ଓ ଶିକ୍ଷାୟତନର ଭୂମିକା “ଶୀର୍ଷକ ବିଷୟବସ୍ତୁ ଉପରେ ଏକ ଆଲୋଚନାଚକ୍ର ଏହାର ମୁଖ୍ୟ ଉଦ୍ଦେଶ୍ୟ ଥିଲା । ମିଳିତ ପ୍ରାଥମିକ ଶିକ୍ଷକ ସଂଘର ସଭାପତି ଜୟରାମ ଧଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମାବେଶରେ ମୁଖ୍ୟଅତିଥି ଭାବେ ବ୍ଲକ ଶିକ୍ଷାଅଧିକାରୀ ଶ୍ୟାମ ମେହେର ସମ୍ମାନିତ ଅତିଥିଭାବେ ଅତିରିକ୍ତ ବ୍ଲକ ଶିକ୍ଷାଅଧିକାରୀ ରଜନୀକାନ୍ତ ସାହୁ ଯୋଗଦେଇ ଶିକ୍ଷାର ବିକାଶରେ ଶିକ୍ଷକମାନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ଅଛି ବୋଲି କହିଥିଲେ । ଦୀପ ପ୍ରଜ୍ୱଳନ ପରେ ଚଳିତ ଶିକ୍ଷା ବର୍ଷରେ ନୂତନ ଭାବେ ଯୋଗଦାନ କରିଥିବା ଶିକ୍ଷକ ଶିକ୍ଷୟିତ୍ରୀ ଓ ସହକାରୀ ଶିକ୍ଷକ ଭାବେ ନିୟମିତ ହୋଇଥିବା ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ସ୍ଵାଗତ ଅଭିନନ୍ଦନ ଜ୍ଞାପନ କରାଯାଇଥିଲା । ମିଳିତ ପ୍ରାଥମିକ ଶିକ୍ଷକ ସଂଘର ସଂପାଦକ ଯୋଗୀନ୍ଦ୍ର ଦାଶ ସଂଯୋଜନା କରିଥିଲେ । ଏହି କାର୍ଯ୍ୟକ୍ରମରେ ପୁରୁଣା ପେନସନଭୁକ୍ତ ଶିକ୍ଷକ ସଂଘର ସଭାପତି ଦୁର୍ଯ୍ୟୋଧନ ପସାୟତ ସଂପାଦକ ଦୀଲିପ କୁମାର ବେହେରା, କନିଷ୍ଠ ଶିକ୍ଷକ ସଂଘର ସଭାପତି ସୁମନ୍ତ ବିଶ୍ଵାଲ ସଂପାଦକ ପ୍ରଦୀପ ମହାନନ୍ଦ,ଏକ୍ସକ୍ୟାଡର ସଂଘର ସଭାପତି ମୁରଲୀଧର ପଧାନ ସଂପାଦକ ଗୋବିନ୍ଦ ନାଏକ, ବରିଷ୍ଠ ଶିକ୍ଷୟିତ୍ରୀ ସରୋଜିନୀ ନନ୍ଦ, ସିଆରସିସି ଚନ୍ଦ୍ରକାନ୍ତ ବେହେରା, ସୁଶାନ୍ତ ନନ୍ଦ ଆଦି ମତାମତ ରଖିଥିଲେ । ଏହି ସମାବେଶରେ ବ୍ଲକର ସମସ୍ତ ବର୍ଗର ମୋଟ ୪୦୦ ପ୍ରାଥମିକ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ରହି ନିଜ ନିଜର ମତାମତ ପ୍ରଦାନ କରିଥିଲେ । ଶେଷରେ ବରିଷ୍ଠ ପ୍ରଧାନଶିକ୍ଷକ ଜୟଦେବ ମହାକୁର ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.