jsm

‘ଘାଏ ଦେଖତ କଲାପଟା’ର ବାର୍ଷିକ ସମାବେଶ

csstore

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ ଅନ୍ତର୍ଗତ କଲଙ୍ଗାପାଲି ଠାରେ ପଞ୍ଚ କୁଣ୍ଡିୟ ଗାୟତ୍ରୀ ଯଜ୍ଞ ଓ ‘ଘାଏ ଦେଖତ କଲାପଟା’ର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଦୀର୍ଘ ୮ ବର୍ଷ ଧରି ଏହି ଉତ୍ସବ କଲଙ୍ଗାପାଲି ଗ୍ରାମବାସୀଙ୍କ ବିଶେଷ ଭାବରେ ଭୂମିକା ରହି ଆସିଛି ଓ ଉଦ୍ୟମ, ଉତ୍ସାହ ଏବଂ ସହଯୋଗରେ ପାଳନ ହୋଇ ଆସୁଛି । ଏହି ଗାୟତ୍ରୀ ଯଜ୍ଞରେ ବରପାଲିର ରବୀନ୍ଦ୍ର କୁମାର ପଧାନ, କପିଳେଶ୍ୱର ନନ୍ଦ ବିଶ୍ୱାଳଙ୍କ ପୌରାହିତ୍ୟରେ ଯଜ୍ଞ କାର୍ଯ୍ୟ ସମ୍ପାଦିତ ହୋଇଥିଲା । ଏହି ଯଜ୍ଞରେ ଲମ୍ବୋଦର ପୁରୋହିତ, ଚିତ୍ରସେନ ସାହୁ, ପଦ୍ମନାଭ ସାହୁ, ଗଉନ୍ତିଆ ପ୍ରହଲାଦ ସାହୁ, ମଧୁସୁଦନ ରଣା ପ୍ରମୁଖ ପରିଚାଳନା କରିଥିଲେ । ଗାୟତ୍ରୀ ଯଜ୍ଞ ପରେ ପରେ ଘାଏଦେଖତ କଳାପଟାର ୮ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏହି ଉତ୍ସବରେ କବିତା ଆସର ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ବହୁ ଆଡମ୍ବର ଓ ଉତ୍ସାହର ସହ ହୋଇଥିଲା । କଲାପଟା ସମ୍ମାନରେ କବି ଧର୍ମେନ୍ଦ୍ର ପଧାନ ଓ କଲାପଟା ଶିରି ରସିକ ଚନ୍ଦ୍ର ବେହେରା, ଆଦିତ୍ୟ ସ୍ମୃତି ସମ୍ମାନରେ ବିଦୁର ପାତ୍ରଙ୍କୁ ସମ୍ମାନିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ମୁଖ୍ୟ ଅତିଥି ଭାବେ ପ୍ରଣୟ କୁମାର ସାହୁ, ସଭାପତି ନିରଞ୍ଜନ ପଣ୍ଡା, ଅତିଥି ଗିରିଷ କୁମାର ପାଣିଗ୍ରାହୀ, ଉପସଭାପତି ରଞ୍ଜନ କୁମାର ପଣ୍ଡା, ସହସମ୍ପାଦକ ଅଶେଷ ଦାଶ୍, ସଂଯୋଜକ ହେମନ୍ତ ପଣ୍ଡା, ମୁଖ୍ୟ ବକ୍ତା ଧ୍ରୁବ ଚରଣ ପଧାନ, ଅତିଥି ଭାବେ ହରିଲାଲ ସାହୁ, ରଞ୍ଜିତ ପଧାନ, ସୁବାଷ ଦୋରା, ରାମ ପ୍ରସାଦ ବାଗ, ରାଜେନ୍ଦ୍ର ମହାନ୍ତି ବହୁ ବିଶିଷ୍ଟ କଳାକାର ଓ କବିମାନେ ଯୋଗ ଦେଇଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମ କବି ବୈରାଗୀ ସାହୁ ପରିଚାଲନା ଦାୟିତ୍ୱ ନେଇଥିଲେ ।

yuvodaya
Leave A Reply

Your email address will not be published.