csstore

ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ସମାବର୍ତ୍ତନ ଉତ୍ସବ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟ ପରିଚାଳନା ସମିତି ଉପ ସଭାପତି ମୁକୁନ୍ଦ ନାରାୟଣ ସିଂହଦେଓଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଉତ୍ସବରେ ପରିଚାଳନା ସମିତି ସମ୍ପାଦକ ପ୍ରଶାନ୍ତ କୁମାର ବେହେରା ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଆଗାମୀ ଦିନରେ ମାଟ୍ରିକ ପରୀକ୍ଷା ନିମନ୍ତେ କିପରି ପ୍ରସ୍ତୁତି ହେବେ ଏବଂ ଭବିଷ୍ୟତରେ ଜଣେ ଜଣେ ଉତ୍ତମ ନାଗରିକ ହୋଇ ବିଦ୍ୟାଳୟ ତଥା ଦେଶର ସୂନାମ ରଖିବେ, ସେ ନେଇ ଆଶିର୍ବଚନ ଦେଇଥିଲେ । ପ୍ରଧାନ ଆଚାର୍ଯ୍ୟ ଶିବ ବାରିକ ଅତିଥି ପରିଚୟ ପ୍ରଦାନ କରିବା ସହିତ ଉଦ୍ଦେଶ୍ୟ କଥନ କରିଥିଲେ । ବିଦ୍ୟା ମନ୍ଦିର ପ୍ରମୁଖ ପ୍ରେମାନନ୍ଦ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଉତ୍ସବରେ ସମସ୍ତ ଆଚାର୍ଯ୍ୟ ଆଚାର୍ଯ୍ୟା ସେବକ ସେବିକା ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.