csstore

ନବବଧୂଙ୍କୁ ବୃକ୍ଷ ଦାନ କଲେ ସାମ୍ବାଦିକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପବିତ୍ର ନୃସିଂହନାଥ ପୀଠରେ ବିବାହ, ବ୍ରତ,ଏକୋଶିଆ, ବାଳ ପକା, ଇତ୍ୟାଦି ବର୍ଷ ସାରା ଲାଗିରହିଥାଏ । ଲୋକେ ପ୍ରଭୁ ନୃସିଂହନାଥଙ୍କୁ ଦର୍ଶନ ପାଇଁ ଆସି ପ୍ରକୃତିର ଗନ୍ତାଘର ନୃସିଂହନାଥ, ଗନ୍ଧମାର୍ଦନ ପର୍ବତର ମନଲୋଭା ଦୃଶ୍ୟ, ଜଳପ୍ରପାତର ରଙ୍ଗ ବେରଙ୍ଗ ଦୃଶ୍ୟ ସୂର୍ଯ୍ୟ କିରଣ ସହ ମିଶି ବେଶ ଜନ ମାନସର ମନକୁ ଆନନ୍ଦ ଦେଇଥାଏ । ବିବାହ, ବ୍ରତ ଉତ୍ସବମାନଙ୍କୁ ପାଇକମାଲର ସାମ୍ବାଦିକମାନେ ତଥା ପ୍ରକୃତି ବନ୍ଧୁ ମାନେ ସ୍ମୃତି ପାଇଁ ଗୋଟିଏ ଲେଖାଏଁ ଚାରା ବଣ୍ଟନ କରିଥାନ୍ତି । ଶନିବାର ଆଇଓସିଏଲ ପରିସରରେ ବରିଷ୍ଠ ସାମ୍ବାଦିକ ରମେଶ ବାରିକଙ୍କ ଭାଣଜି ମିତା ପଶାୟତଙ୍କ ଶୁଭ ବିବାହ ଅବସରରେ ଏକ ଜାମ୍ମୁନ ଗଛ ପ୍ରଦାନ କରି ଏହାକୁ ରୋପଣ କରି ଯତ୍ନ ନେଇ ପ୍ରଥମେ ପୁଅ ପରି ପାଳିବା ପାଇଁ ପ୍ରକୃତିବନ୍ଧୁ ବଡ ଶତପଥୀ, ସାମ୍ବାଦିକ ସୁରଥ ସାହୁ, ନିରୋଜ ପାଣୀ, ଦେବେନ୍ଦ୍ର ସାହୁ, ମାନସ ନାୟକ ପ୍ରମୁଖ ସାମ୍ବାଦିକ ମାନେ ଉପଦେଶ ଦେଇଥିଲେ । ସାମ୍ବାଦିକ ତଥା ପ୍ରକୃତିବନ୍ଧୁମାନଙ୍କ ଏତାଦୃଶ କାର୍ଯ୍ୟ କଳାପ ଯୋଗୁଁ ନୃସିଂହନାଥରେ ଚର୍ଚ୍ଚା ହୋଇଥାଏ ।

jayashree
Leave A Reply

Your email address will not be published.