jayashree

ବରଗଡ ସାଂସଦଙ୍କୁ ସୌଜନ୍ୟମୂଳକ ସାକ୍ଷାତ କଲେ ଜିଲ୍ଲା ପୋଲିସ ହାବିଲଦାର ଓ କନେଷ୍ଟବଳ ସଂଘ ବରଗଡ଼

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପୋଲିସ ହାବିଲଦାର ଓ କନେଷ୍ଟବଳ ଶାଖା ସଂଘର ସମସ୍ତ ସଦସ୍ୟ ଆଜି ସାଂସଦ ପ୍ରଦୀପ କୁମାର ପୁରୋହିତଙ୍କ ବାସ ଭବନରେ ସୌଜନ୍ୟ ମୂଳକ ସାକ୍ଷାତ କଲେ । ସାଂସଦ ତାଙ୍କ ବାସ ଭବନରେ ନବ ନିର୍ବାଚିତ ସମସ୍ତ ସଦସ୍ୟଙ୍କୁ ସମ୍ମାନିତ କଲେ ଏବଂ ସାଂସଦ ପାଣ୍ଠିରୁ ନିର୍ମାଣାଧିନ ନୂତନ ସଂଘ ଗୃହକୁ ସମ୍ପୂର୍ଣ୍ଣ କରିବା ପାଇଁ ସାଂସଦ ପାଣ୍ଠିରୁ ଜଗ୍ଦ ୫, ୦୦୦୦୦( ପାଞ୍ଚ ଲକ୍ଷ ଟଙ୍କା) ଦେବା ପାଇଁ ପ୍ରତିଶୃତି ଦେଇଛନ୍ତି । ଏହି ସୌଜନ୍ୟମୂଳକ ସାକ୍ଷାତ ସମୟରେ ଜିଲ୍ଲା ପୋଲିସ ହାବିଲଦାର ଓ କନେଷ୍ଟବଳ ଶାଖା ସଂଘର ସଭାପତି ସନତ କୁମାର ହୋତା, ଉପ ସଭାପତି ଧନେଶ୍ଵର ମେହେର, ସାଧାରଣ ସମ୍ପାଦକ ଉମାକାନ୍ତ ସାହୁ, କୋଷାଧ୍ୟକ୍ଷ ସନ୍ତୋଷ କୁମାର ପଧାନ, ଯୁଗ୍ମ ସଂପାଦକ ରବି ନାଥ ବାଗ ଏବଂ କାର୍ଯ୍ୟକାରିଣୀ ସଦସ୍ୟ ନୃପରାଜ ବେହେରା ଉପସ୍ଥିତ ଥିଲେ । ସାଂସଦଙ୍କ ପ୍ରତିଶୃତି ପାଇବା ପରେ ସଂଘର ସମସ୍ତ କର୍ମକର୍ତ୍ତାମାନେ ଉତ୍ସାହିତ ହୋଇଥିଲେ ।

Leave A Reply

Your email address will not be published.