ସିସିଏଫ୍‌ଏ ରାଜ୍ୟସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆସନ୍ତା ୧୩ରୁ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସିସିଏଫ୍‌ଏ କଲେଜଛକ ବଲାଙ୍ଗିର ଆନୁକୁଲ୍ୟରେ ଆସନ୍ତା ୧୩ ତାରିଖ ମଙ୍ଗଳବାରଠାରୁ ସ୍ଥାନୀୟ ମିଶନ ହାଇସ୍କୁଲ ପଡିଆଠାରେ ଦ୍ୱିତୀୟ ରାଜ୍ୟସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବ । ସିସିଏଫ୍‌ଏ ବଲାଙ୍ଗିର ସଭାପତି ସୁରେନ୍ଦ୍ର ନାଗଙ୍କ ଅଧ୍ୟକ୍ଷତାରେ ସୁପରିଚାଳନା ପାଇଁ ବିଭିନ୍ନ କମିଟି ଓ ସବ୍‌ କମିଟି ସଭାମାନ ଆୟୋଜନ ହୋଇଯାଇଛି । ଚୁଡାନ୍ତ ଫାଇନାଲ ଖେଳ ୨୦ ତାରିଖ ଦିନ ହେବ । ଦଳ ଓ ପଡିଆର ପ୍ରସ୍ତୁତି ଚୁଡାନ୍ତ ପର୍ଯ୍ୟାୟରେ ସମ୍ପନ୍ନ ହୋଇଯାଇଛି । ଏହି ଟୁର୍ଣ୍ଣାମେଣ୍ଟରେ ୟୁନାଇଟେଡ ବରଗଡ, ସମ୍ବଲପୁର ଏଫ୍‌.ସି., ସିସିଏଫ୍‌ଏ ବଲାଙ୍ଗିର, ବିଏନ୍‌ଏଏ ଜରାସିଂହା, ଏଲ୍‌ଏସ୍‌ ବ୍ରଦର୍ସ ସୁନ୍ଦରଗଡ, ରୋଭର୍ସ କ୍ଲବ କଟକ, ଦୋସ୍ତି ବ୍ରଦର୍ସ ଝାରସୁଗୁଡା ଓ ଜଗା ଏକାଡେମୀ ଭୁବନେଶ୍ୱର ଦଳ ଗୁଡିକ ଭାଗ ନେଇଛନ୍ତି । କ୍ରୀଡାପ୍ରେମୀ ବହୁ ସଂଖ୍ୟାରେ ଉପସ୍ଥିତ ରହି ଖେଳାଳିମାନଙ୍କୁ ଉତ୍ସାହିତ କରିବା ପାଇଁ ଆୟୋଜନ କମିଟି ତରଫରୁ ସଭାପତି ସୁରେନ୍ଦ୍ର ନାଗ ଅନୁରୋଧ କରିଛନ୍ତି ।

Leave A Reply

Your email address will not be published.

4 × three =