
କପିଲାଭଟାରେ ୪ର୍ଥ ତମ ଗିରିଗୋବର୍ଦ୍ଧନ ମହୋତ୍ସବର ଦ୍ଵିତୀୟ ରଜନୀ- ଆମର ଧାର୍ମିକ ଭାବନା, ଆଧ୍ୟାତ୍ମିକ ଚେତନା, କଳା, ସଂସ୍କୃତି, ପରମ୍ପରା ଓ ଭାଇଚାରାର ଏକ ମହାନ ମିଳନ ଉତ୍ସବ
ବଙ୍ଗୋମୁଣ୍ଡା, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ବିଧାନସଭା କ୍ଷେତ୍ର ବଙ୍ଗୋମୁଣ୍ଡା ବ୍ଲକ କପିଲାଭଟା ଗାଁରେ ଗିରିଗୋବର୍ଦ୍ଧନ ମହୋତ୍ସବ କମିଟି, ମା’ ସାହାଜି ଯୁବକ ସଂଘ ତଥା ଅଞ୍ଚଳବାସୀଙ୍କ ପକ୍ଷରୁ ଚାଲିଥିବା ଗିରିଗୋବର୍ଦ୍ଧନ ମହୋତ୍ସବ ଆଜି ଦ୍ଵିତୀୟ ଦିବସରେ ପହଞ୍ଚିଛି । ଆୟୋଜିତ ସାଧାରଣ ସଭାରେ ମହୋତ୍ସବ କମିଟିର ସଭାପତି ଯୁବରାଜ ହଂସଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ଯୁବ ବିଜେଡି ସାଧାରଣ ସମ୍ପାଦକ ତଥା ବଙ୍ଗୋମୁଣ୍ଡା ବ୍ଲକ ସରପଞ୍ଚ ସଂଘର ସଭାପତି ଅଜିତ କୁମାର ଯୋଶୀ, ସମ୍ମାନୀୟ ଅତିଥି ଭାବେ ବଙ୍ଗୋମୁଣ୍ଡା ବ୍ଲକ ପ୍ରାଥମିକ ଶିକ୍ଷକ ସଂଘର ସଭାପତି କୋଷରାଜ ବେହେରା, ବଙ୍ଗୋମୁଣ୍ଡା ସାମ୍ବାଦିକ ସଂଘର କୋଷାଧ୍ୟକ୍ଷ ଦୀପକ ଯାଦବ, କଣ୍ଟାବାଞ୍ଜି ପ୍ରେସ କ୍ଲବର ସମ୍ପାଦକ ସୁଶାନ୍ତ ବେହେରା, କପିଲାଭଟା ପଞ୍ଚାୟତର ନାଏବ ଝସକେତନ ସାହୁ, ଗ୍ରାମ ବିକାଶ ସଂସ୍ଥାର ପ୍ରତିନିଧି ମିତ୍ରଭାନୁ ବିଶି, ଗିରିଗୋବର୍ଦ୍ଧନ ମହୋତ୍ସବର ପୂର୍ବତନ ସଭାପତି ପାର୍ଥ ହଂସ, ୱାର୍ଡ ମେମ୍ବର ନିଲାବତୀ ହଂସ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ କପିଲାଭଟା ଗିରିଗୋବର୍ଦ୍ଧନ ମହୋତ୍ସବ କେବଳ ଏକ ମନୋରଞ୍ଜନ କାର୍ଯ୍ୟକ୍ରମ ନୁହେଁ, ଏହା ଆମର ଧାର୍ମିକ ଭାବନା, ଆଧ୍ୟାତ୍ମିକ ଚେତନା, କଳା, ସଂସ୍କୃତି, ପରମ୍ପରା ଓ ଭାଇଚାରାର ଏକ ମହାନ ମିଳନ ଉତ୍ସବ ହେଉଛି । ଏହି ମହୋତ୍ସବକୁ ରାଜ୍ୟ ସରକାରଙ୍କ ପକ୍ଷରୁ ବାର୍ଷିକ ହିସାବରେ ପ୍ରୋତ୍ସାହନ ରାଶି ପ୍ରଦାନ କରିବା ପାଇଁ ଦାବି କରିଛନ୍ତି । ଗିରିଗୋବର୍ଦ୍ଧନ ମନ୍ଦିର ପରିସରକୁ ଉନ୍ନତି କରିଲେ ଅଞ୍ଚଳର ଲୋକେ ଉପକୃତ ହେବେ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ସମ୍ପାଦକ ଅନନ୍ତରାମ ହଂସ ସମ୍ପାଦକୀୟ ବିବରଣୀ ପଠନ କରିଥିଲେ । କମିଟିର ସଂଯୋଜକ ତଥା ସାମ୍ବାଦିକ ହୁଲେଶ୍ୱର ହଂସ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଡ୍ୟାନ୍ସ ଧମାକା ୨୦୨୬ ଅନୁଷ୍ଠିତ ହୋଇଥିଲା । ପରେ କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ଲଛିପୁର ଗାଁର ନାଟକ ଲୁହରେ ଲୁହରେ ଲେଖୁଛି ଗପ ସାବତ ବାପ ଅସତ ଗପ ନାଟକ ମଂଚସ୍ଥ ହୋଇଥିବା ବେଳେ ଦର୍ଶକ ମାନେ ଉପଭୋଗ କରିଥିଲେ । ଆୟୋଜକ କମିଟିର ସଭାପତି ଯୁବରାଜ ହଂସ, ଉପସଭାପତି ହର ପ୍ରସାଦ ହଂସ, ସମ୍ପାଦକ ଅନନ୍ତରାମ ହଂସ, ସହ ସମ୍ପାଦକ ନରେନ୍ଦ୍ର ପୁଞ୍ଜି, କୋଷାଧ୍ୟକ୍ଷ ଭାବେ ମନ୍ମଥ ହଂସ, ସଦସ୍ୟ ଥମିର ଜାନି, କୁବେର ହଂସ, ସନ୍ତୋଷ ହଂସ, ଈଶ୍ୱର ହଂସ, ହରେଶ ବେହେରା, ଭକ୍ତବନ୍ଧୁ ହଂସ, ଦୁର୍ମନ ହଂସ ପ୍ରମୁଙ୍କ ସହ ଗ୍ରାମବାସୀମାନେ ସହଯୋଗ କରିଥିଲେ ।