csstore

ଅଖିଳ ଭାରତୀୟ ସାହିତ୍ୟ ପରିଷଦ ବଲାଙ୍ଗିର ଶାଖାର କର୍ମକର୍ତ୍ତା ଚୟନ ଅନୁଷ୍ଠିତ

କଣ୍ଟାବାଞ୍ଜି, (କୈଳାସ ସଗ୍ରିଆ) : ଅଖିଳ ଭାରତୀୟ ସାହିତ୍ୟ ପରିଷଦ ବଲାଙ୍ଗିର ଶାଖାର ଆଭାସୀ ମାଧ୍ୟମରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଓଡିଶା ପ୍ରାନ୍ତର ସଭାପତି ଡ.ରଘୁନାଥ ପଣ୍ଡା ଓ ପ୍ରାନ୍ତ ସଂଗଠନ ସମ୍ପାଦକ ନାରାୟଣ ନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ନାଟ୍ୟଭୁଷଣ ଜଗଦାନନ୍ଦ ଛୁରିଆଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ବଲାଙ୍ଗିର ଶାଖା ପାଇଁ କର୍ମକର୍ତ୍ତା ଚୟନ କରାଯାଇଥିଲା । ସର୍ବସମ୍ମତିକ୍ରମେ ନାଟ୍ୟଭୁଷଣ ଜଗଦାନନ୍ଦ ଛୁରିଆ ସଭାପତି ଭାବେ, ଅଚ୍ୟୁତାନନ୍ଦ ଉଦ୍‌ଗାତା ଉପସଭାପତି ଭାବେ, ଧର୍ମବ୍ରତ ରଥ ସମ୍ପାଦକ ଭାବେ, ସୁଶ୍ରୀ ସବିତା ଭୋଇ ସହସମ୍ପାଦିକା ଭାବେ, ବିରଞ୍ଚି ନାରାୟଣ ଦାଶ ସଂଯୋଜକ ଭାବେ, ରତ୍ନମୟ ତ୍ରିପାଠୀ ସହ ସଂଯୋଜକ ଭାବେ, ମଦନମୋହନ ରଥ କୋଷାଧ୍ୟକ୍ଷ ଭାବେ ଓ ରାମଚନ୍ଦ୍ର ପଟେଲ, କସ୍ତୁରୀ ରଥ, ରାଧାକୃଷ୍ଣ ପଟ୍ଟନାୟକ, ସୁରୁଚି ମିଶ୍ର, ଡ.ଅଶୋକ କୁମାର ସେଠୀ, ସତ୍ୟାନନ୍ଦ ବିଶ୍ୱାଳ, ରାଜମଣୀ ସାହୁ କାର୍ଯ୍ୟକାରିଣୀ ସଦସ୍ୟ ଭାବେ ମନୋନୀତ ହୋଇଥିଲେ । ଏହି କାର୍ଯ୍ୟକ୍ରମରେ ସଂଯୁକ୍ତା ପରିଚ୍ଛା, ଜ୍ୟୋତ୍ସ୍ନାରାଣୀ ଭୋଇ, ଜ୍ୟୋତିର୍ମୟୀ ମିଶ୍ର, ଶିବ ପ୍ରସାଦ ସା, ସତ୍ୟ ନାରାୟଣ ପ୍ରଧାନ ଆଦି ସକ୍ରିୟ ସଦସ୍ୟ ଯୋଗ ଦେଇଥିଲେ । ନବ ନିର୍ବାଚିତ କର୍ମକର୍ତ୍ତାମାନେ ଆଗାମୀ ଦିନରେ ବ୍ଳକ ସ୍ତରରେ ଆଜୀବନ ସଦସ୍ୟ କରିବା ସହିତ ଶାଖା ଖୋଲିବାକୁ ନିଷ୍ପତ୍ତି ନେଇଥିଲେ ।

jayashree
Leave A Reply

Your email address will not be published.