csstore

ଡେଲାଙ୍ଗ ବ୍ଲକରେ ନିର୍ବାଚନ ପ୍ରଶିକ୍ଷଣ ଶିବିର

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ଡେଲାଙ୍ଗ ବ୍ଲକରେ ତ୍ରିସ୍ତରୀୟ ଗ୍ରାମ ପଞ୍ଚାୟତ ନିର୍ବାଚନର ସୁପରିଚାଳନା ପାଇଁ ନିୟୋଜିତ ୩୧୫ ଜଣ ନିର୍ବାଚନ କର୍ମଚାରୀଙ୍କୁ ନେଇ ଦୁଇ ଦିନିଆ ପ୍ରଶିକ୍ଷଣ ଶିବିର ମହତାବ ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ସୋମବାର ଦୁଇଟି ପର୍ଯ୍ୟାୟରେ ୨୦୮ ଜଣ ଓ ମଙ୍ଗଳବାର ୧୦୭ ଜଣ କର୍ମଚାରୀଙ୍କୁ ନିର୍ବାଚନ ନିୟମ ଏବଂ ପ୍ରଣାଳୀ ସମ୍ପର୍କରେ ତାଲିମ ପ୍ରଦାନ କରଯାଇଥିଲା । ଏହି ଶିବିରରେ ନିର୍ବାଚନ ଅଧିକାରୀ ବିଡ଼ିଓ ଦିଲ୍ଲୀପ କୁମାର ଷଡଙ୍ଗୀ, ତହସିଲଦାର ନିବେଦିତା ପରିଡ଼ା, ବ୍ଲକ ଶିକ୍ଷା ଅଧିକାରୀ ନିରଞ୍ଜନ ପାତ୍ର, ସହକାରୀ ଯନ୍ତ୍ରୀ ରାଜେଶ୍ଵର ମହାରଣା, ସାମାଜିକ ସୁରକ୍ଷା ଅଧିକାରୀ ତପନ କୁମାର ଦାସ, ଅତିରିକ୍ତ ତହସିଲଦାର ରଞ୍ଜନ କୁମାର ନାୟକ ପ୍ରମୁଖ ଶିବିରାର୍ଥି ମାନଙ୍କୁ ବିଭିନ୍ନ ଶ୍ରେଣୀରେ ବିଭକ୍ତ କରି ପ୍ରଶିକ୍ଷଣ ଦେଇଥିଲେ । ପୁରୀ ଜିଲ୍ଲା ପଞ୍ଚାୟତ ନିର୍ବାଚନ ପାଇଁ ନିୟୋଜିତ ସାଧାରଣ ପର୍ଯ୍ୟବେକ୍ଷକ ଅବନୀକାନ୍ତ ପଟ୍ଟନାୟକ ମଙ୍ଗଳବାର ପ୍ରଶିକ୍ଷଣ ଶିବିରକୁ ଆସି ପରିଦର୍ଶନ କରିଥିଲେ ।

jayashree
Leave A Reply

Your email address will not be published.