csstore

ଇସ୍ପାତ ସାହିତ୍ୟ ସଂସଦ ଆନୁକୂଲ୍ୟରେ ଗଙ୍ଗାଧର ମେହେର ଜୟନ୍ତୀ ଓ ମୌସୁମୀ ସାହିତ୍ୟ ଆସର

  • ଗଙ୍ଗାଧର ମେହେରଙ୍କ ସାହିତ୍ୟରେ ଜାତୀୟ ଚେତନା ନବଜୀବନକୁ ପ୍ରଭାବିତ କରିଥାଏ

ରାଉରକେଲା, (ସସ୍‌ସ୍ମିତା ପ୍ରଧାନ) : ସହରର ଅଗ୍ରଣୀ ସାହିତ୍ୟାନୁଷ୍ଠାନ ଇସ୍ପାତ ସାହିତ୍ୟ ସଂସଦ ଆନୁକୂଲ୍ୟରେ ସେକ୍ଟର ୭ କାର୍ଯ୍ୟାଳୟଠାରେ ଗଙ୍ଗାଧର ମେହେରଙ୍କ ୧୬୧ତମ ଜୟନ୍ତୀ ତଥା ମୌସୁମୀ ସାହିତ୍ୟ ଆସର ସଂସଦର ସଭାପତି ତ୍ରିଲୋଚନ ମଥାନଙ୍କ ସଭାପତିତ୍ୱ ଓ ସାଧାରଣ ସଂପାଦକ ନୃସିଂହ ଚରଣ ବିଶ୍ୱାଳଙ୍କ ଆବାହକତ୍ୱ ଓ ମଂଚ ସଂଯୋଜନାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ରାଉରକେଲା ଇସ୍ପାତ କାରଖାନାର ପ୍ରକଳ୍ପ ବିଭାଗର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଇଂ ପ୍ରଦୀପ କୁମାର ସାହୁ ମୁଖ୍ୟ ଅତିଥି ଓ ମ୍ୟୁନିସିପାଲ ମହାବିଦ୍ୟାଳୟର ପ୍ରାଧ୍ୟାପକ ଡଃ ସନାତନ ପ୍ରଧାନ ମୁଖ୍ୟବକ୍ତା ଭାବେ ଯୋଗଦେଇ ଗଙ୍ଗାଧର ମେହେରଙ୍କ ସାହିତ୍ୟରେ ଜାତୀୟ ଚେତନା ଶୀର୍ଷକ ଉପରେ ବକ୍ତବ୍ୟ ରଖିଥିଲେ । ମୁଖ୍ୟ ଅତିଥି ଇଂ ସାହୁ ତାଙ୍କ ବକ୍ତବ୍ୟରେ କହିଲେ ଯେ, ଗଙ୍ଗାଧରଙ୍କ ଜୟନ୍ତୀ ଗାଁ ଗଣ୍ଡା, ସହର ବଜାର, ବିଦ୍ୟାଳୟ, ମହାବିଦ୍ୟାଳୟ ମାନଙ୍କରେ ଯେଭଳି ପାଳନ କରାଯାଉଛି ତାହା ଜନ ଜାଗରଣ ସୃଷ୍ଟି କରୁଛି । ପ୍ରକୃତିକୁ ଭଲପାଇବା, ମାତୃଭୂମିକୁ ସମ୍ମାନ ଦେବା ଏବଂ ମାତୃଭାଷାକୁ ମାତୃତୁଲ୍ୟ ଅନୁଭବ କରିବା ନିମନ୍ତେ ଗଙ୍ଗାଧର ମେହେରଙ୍କ ଲେଖାର ଆହ୍ୱାନ ଆମ ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ ବୋଲି କହିଥିଲେ । ମୁଖ୍ୟବକ୍ତା ଡ. ପ୍ରଧାନ ନିଜ ବକ୍ତବ୍ୟରେ ଗଙ୍ଗାଧରଙ୍କ ବିଭିନ୍ନ ପଂକ୍ତି ଉଦ୍ଧାର କରି ତାଙ୍କ ସାହିତ୍ୟରେ ଜାତୀୟ ଚେତନାର ଏକ ପ୍ରବାହ ଧାରା ଓଡିଆ ଭୂଖଣ୍ଡରେ ଏକ ଜଟିଳ ପରିସ୍ଥିତି ସମୟରେ ଆଲୋକର ବର୍ତ୍ତିକା ପ୍ରଦାନ କରିଥିଲା ବୋଲି ମତପୋଷଣ କରିଥିଲେ । ପ୍ରଥମ ପର୍ଯ୍ୟାୟରେ ବିଜୟିନୀ ଜେନା ଧନ୍ୟବାଦ ଅର୍ପଣ କରିଥିବା ବେଳେ ସଂସଦର କାର୍ଯ୍ୟକାରୀ ସଭାପତି ବ୍ରଜେନ୍ଦ୍ର ଦାଶ ସଂସଦ ତରଫରୁ ପାଳନ କରାଯାଉଥିବା ଏଭଳି କାର୍ଯ୍ୟକ୍ରମ ସମସ୍ତଙ୍କୁ ଅନୁପ୍ରାଣିତ କରିଥାଏ ବୋଲି ମତ ରଖିଥିଲେ । ଦ୍ଵିତୀୟ ପର୍ଯ୍ୟାୟରେ ଇଂ ପ୍ରତାପ କୁମାର ରାୟଙ୍କ ସଭାପତିତ୍ୱ, କବି ନିରୁପମା ପତି ଓ ବିଭୁପ୍ରସାଦ ନାୟକଙ୍କ ସଂଯୋଜନାରେ ସର୍ବଶ୍ରୀ ପୁଲିନ ରାଉତରାୟ, ପ୍ରତାପ କୁମାର ପଣ୍ଡା, ଉପେନ୍ଦ୍ର ବସ୍ତିଆ, ଖଗେନ୍ଦ୍ର ବେହେରା, ଶଙ୍କର ପ୍ରସାଦ ତ୍ରିପାଠୀ, ମଞ୍ଜୁଳା ପାତ୍ର, ବ୍ରଜବିହାରୀ ଦାଶ, ସୁଶାନ୍ତ ନାୟକ, କୁଞ୍ଜବିହାରୀ ରାଉତ, ପ୍ରକାଶ ଚନ୍ଦ୍ର ସେଠୀ, ପ୍ରଫୁଲ୍ଲ ସାମଲ, ସସ୍ମିତା ପ୍ରଧାନ, ଅଭିରାମ ପ୍ରଧାନ, ଡଲିରାଣୀ ବ୍ରହ୍ମା, ଚିତ୍ତରଞ୍ଜନ ବ୍ରହ୍ମା, ତ୍ରିଲୋଚନ ମଥାନ, ମଞ୍ଜୁଳା ରଥ, ବସନ୍ତ ବିଶ୍ୱକର୍ମା, ଅର୍ଚ୍ଚନା ପାତ୍ର, ବିଜୟିନୀ ଜେନା, ସବିତା ବସ୍ତିଆ, ଭଂଜ କିଶୋର ଜେନା, ମନ୍ଦାକିନୀ ଜେନା, ଗୌତମ ଦାସ, ରବିନ୍ଦ୍ର ମହାନ୍ତି, ଶ୍ୱେତ କୁମାର ବେହେରା, ଶରତ ଚନ୍ଦ୍ର ଧଳ, ନିରୁପମା ପତି, ତ୍ରିଲୋଚନ ସ୍ୱାଇଁ, ପ୍ରତାପ ରାୟ, ବିଭୁପ୍ରସାଦ ନାୟକ, ନୃସିଂହ ଚରଣ ବିଶ୍ବାଳ, ଡଃ ସନାତନ ପ୍ରଧାନ, ସୁସ୍ମିତା ମହାପାତ୍ର, ରଶ୍ମି ସାହୁ, ଅଶୋକ ପଟ୍ଟନାୟକ ପ୍ରମୁଖ କବିତା ପାଠ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଡା କୃପାସିନ୍ଧୁ ନାୟକ, ଶିକ୍ଷାବିତ ପ୍ରଶାନ୍ତ କୁମାର ପତି, ବିକ୍ରମ ଆଚାର୍ଯ୍ୟ, ମନୋଜ ନନ୍ଦ, ପୀତବାସ ପ୍ରଧାନ, କାଶୀନାଥ ନନ୍ଦୀ, ବିଜୟ କୁମାର ସାହୁ, ରଙ୍କନିଧି ସେଠୀ, ଲକ୍ଷ୍ମଣ ନାଥ ଦାସ, ସନ୍ତୋଷ ରଥ, ସୁକାନ୍ତ ମହାପାତ୍ର, ଡଃ ଅନଙ୍ଗ ପ୍ରହରାଜ, ସୁବାସ ଚନ୍ଦ୍ର ଲେଙ୍କା, ଉମେଶ ଚନ୍ଦ୍ର ଜେନା, ଗଙ୍ଗାଧର ପୁହାଣ, ଅଜିତ ଗିରି, ଅକ୍ଷୟ ସାମଲ ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ସୁଶାନ୍ତ କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.