csstore

ସହିତ୍ୟ ସର୍ବଦା ଜନମାନସରେ ହିତ ସାଧନ କରିଥାଏ

ରାଉରକେଲା, (କେପିଏନ୍‌ଏସ୍‌) : ବେଦବ୍ୟାସ ସାହିତ୍ୟ ସଂସ୍କୃତି ପରିଷଦ ଆନୁକୂଲ୍ୟରେ ସାରନଗରୀ ସ୍ଥିତ ଗୋପବନ୍ଧୁ ପ୍ରଗତି ପରିଷଦ ସଭାଗୃହ ପରିସରରେ ଅନୁଷ୍ଠାନର ସଭାପତି ହରିହର ବେହେରାଙ୍କ ଅଧ୍ୟକ୍ଷତାରେ ‘ବେଦବ୍ୟାସ ପାର୍ବଣ ସଂଖ୍ୟା’ ଉନ୍ମୋଚିତ ହୋଇଯାଇଛି । ବିଶିଷ୍ଟ ଶିକ୍ଷାବିତ୍ ବରିଷ୍ଟ ସାହିତ୍ୟିକ ସଚିନ୍ଦ୍ର କୁମାର ସ୍ୱାଇଁ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ପାର୍ବଣ ପତ୍ରିକାଟିକୁ ଉନ୍ମୋଚନ କରି କହିଲେ ସାହିତ୍ୟ ସର୍ବଦା ଜନମାନସର ହିତ ସାଧନ କରିଥାଏ ଯେଉଁ ରାଜ୍ୟରେ ଭାଷା ସାହିତ୍ୟ ବିକଶିତ ହୋଇଥାଏ ସେହି ରାଜ୍ୟର ବିକାଶ ଓ ସମୃଦ୍ଧି ସବୁବେଳେ ଘଟିଥାଏ । ବେଦବ୍ୟାସ ସାହିତ୍ୟ ସଂସ୍କୃତି ପରିଷଦ ରାଉରକେଲା ତଥା ଉପାନ୍ତ ଅଞ୍ଚଳରେ ବହୁ କବି ସାହିତ୍ୟିକ ସୃଷ୍ଟି କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିପାରିଥିବାରୁ ସେ ଭୁୟସିଂ ପ୍ରଶଂସା କରିଥିଲେ । ପରିଷଦର ସାଧାରଣ ସମ୍ପାଦକ ଗୌରାଙ୍ଗ ଚନ୍ଦ୍ର ଦାସ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ ଏବଂ ଅନୁଷ୍ଠାନର ବିଭିନ୍ନ କାର୍ଯ୍ୟ ପାଇଁ ସବୁ ସ୍ତରରୁ ସହଯୋଗର ହାତ ବଢାଇବାକୁ ସେ ଜନସାଧାରଣଙ୍କୁ ଆହ୍ୱାନ ଦେଇଥିଲେ । ଅନ୍ୟମାନଙ୍କ ମଧରେ କବି ସୁଶାନ୍ତ କୁମାର ନାୟକ, ସମାଜସେବୀ ଅରୁଣ କୁମାର ପରିଡା, ଅଜୟ କୁମାର ବିଶ୍ୱାଳ, ବିଜୟ କୁମାର ମହାନ୍ତି ପ୍ରମୁଖ ଅଥିତି ଭାବରେ ଯୋଗଦେଇ ଓଡ଼ିଆ ଭାଷା, ଜାତି, ସାହିତ୍ୟ, ସଂସ୍କୃତି ଓ ସ୍ୱାଭିମାନ ଉପରେ ଆଲୋଚନା କରିଥିଲେ । ଶେଷରେ କବୟିତ୍ରୀ ହରପ୍ରିୟା ପରିଡା ଧନ୍ୟବାଦ ପ୍ରସ୍ତାବ ଆଗତ କରିଥିଲେ । ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଅଞ୍ଚଳର ଶିକ୍ଷାବିତ, ସମାଜ ସେବୀ ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ ।

jayashree
Leave A Reply

Your email address will not be published.