csstore

ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦ ତରଫରୁ ସହିଦ ମାଧବ ସିଂ ଓ ରମେଶ ସାହୁଙ୍କ ୧୨ତମ ସହିଦ ଦିବସ ପାଳନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ପାଇକମାଲ ବ୍ଲକ ଅନ୍ତର୍ଗତ ଟେମରୀ ସ୍ଥିତି ସହିଦ ସ୍ତମ୍ଭଠାରେ ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦ ଆବାହକ ଦୁର୍ଯ୍ୟୋଧନ ପୁଟାଙ୍କ ନେତୃତ୍ୱରେ ପୁଲିସ ଗୁଳିରେ ପ୍ରାଣ ହରାଇ ଥିବା ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦ ଦୁଇ ଜଣ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା । ସୂଚନାଯୋଗ୍ୟ ଯେ, ଗତ ଡିସେମ୍ବର ୨୭/୧୨/ ୨୦୧୦ ଦିନ ମାଧବ ସିଂ ଓ ରମେଶ ସାହୁ ପୁଲିସ ଗୁଳିରେ ପ୍ରାଣ ହରାଇ ଥିଲେ । ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦର ୨୬ତମ ବାର୍ଷିକ ସମାବେଶ ଝାରବନ୍ଧ ଠାରେ ମାଧବ ଓ ରମେଶଙ୍କୁ ସହିଦ ଘୋଷଣା କରାଯାଇଥିଲା । ସେହିଦିନ ଠାରୁ ପ୍ରତ୍ୟେକ ବର୍ଷ ସହିଦ ଦିବସ ପାଳନ କରାଯାଉଅଛି । ଏ ବର୍ଷ ମଧ୍ୟ ସହିଦ ଦିବସ ପାଳନ କରାଯାଇଥିଲା । ଏଥିରେ ପୂର୍ବତନ ଆବାହକ ଭୀଷ୍ମଦେବ ପଟେଲ, ସୁରେଶ ଚନ୍ଦ୍ର ପ୍ରଧାନ, ଧିରେନ ମହାନ୍ତି, ରଘୁବୀର ସିଂ ବରିହା, ଟେମରୀ ସରପଞ୍ଚ ଦିଲ୍ଲୀପ ବେହେରା, ଧବଲେଶ୍ଵର ବରିହା, କୈଳାସ ଚନ୍ଦ୍ର ଦିଶ୍ରୀ ଆଦି ଯୋଗ ଦେଇଥିଲେ । ଶେଷରେ ଗନ୍ଧମାର୍ଦ୍ଧନ ସୁରକ୍ଷା ଯୁବ ପରିଷଦର ପୂର୍ବତନ ଆବାହକ ରାହାସ ବିହାରୀ ସାହୁ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ସହିଦ ଦିବସ ପାଳନ ଅବସରରେ ଆସନ୍ତା ଜାନୁୟାରୀ ୧ ତାରିଖ ଦିନ ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦ ୩୮ତମ ବାର୍ଷିକ ସମାବେଶ ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଗୌଡପାଲି ତାରିଣୀ ମନ୍ଦିର ପୀଠଠାରେ କରିବା ପାଇଁ ସ୍ଥିରୀକୃତ ହୋଇଅଛି ବୋଲି ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦ ଆବାହକ ଦୁର୍ଯ୍ୟୋଧନ ପୁଟା ସୂଚନା ପ୍ରକାଶ କରିଥିଲେ ।

jayashree
Leave A Reply

Your email address will not be published.