csstore

୬୩ତମ ଓଡିଶା ପୋଲିସ ଶହୀଦ ସ୍ମୃତି ଦିବସ ପାଳିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ୬୩ତମ ଓଡିଶା ପୋଲିସ ଶହୀଦ ସ୍ମୃତି ଦିବସ ଶୁକ୍ରବାର ପାଳିତ ହୋଇଯାଇଛି । ଏହି ଅବସରରେ ଗଞ୍ଜାମ ପୋଲିସ ଜିଲ୍ଲା ମୁଖ୍ୟାଳୟ ଛତ୍ରପୁରଠାରେ ଆୟୋଜିତ ଏକ ଭବ୍ୟ ବର୍ଣ୍ଣାଢ୍ୟ ମିଳିତ ପରେଡ଼ ସାମାରୋହରେ ଗଞ୍ଜାମ ଏସ୍‌ପି ବ୍ରିଜେଶ କୁମାର ରାଏ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ଅଭିବାଦନ ଗ୍ରହଣ କରିଥିଲେ । ପରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଆସିଥିବା ବାର୍ତ୍ତାକୁ ଗଞ୍ଜାମ ଏସ୍‌ପି ଶ୍ରୀ ରାଏ ପାଠ କରିଥିଲେ ଏବଂ ଶହୀଦ ସ୍ମୃତି ସ୍ତମ୍ବରେ ମାଲ୍ୟାର୍ପଣ କରି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଜିଲ୍ଲାର ବହୁ ବରିଷ୍ଠ ପୋଲିସ ପଦାଧିକାରୀ, ପୋଲିସ କର୍ମଚାରୀ, ପୋଲିସ ପରିବାର ତରଫରୁ ଶହୀଦ ସ୍ମୃତିସ୍ତମ୍ବରେ ପୁଷ୍ପଗୁଚ୍ଛ ଦେଇ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ବିଜୟ କୁମାର ମଲ୍ଲିକ ସ୍ୱାଗତ ସମ୍ଭାଷଣ ଦେଇଥିବା ବେଳେ ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ପ୍ରଦୀପ କୁମାର ଦଳେଇ ଏସ୍‌ଡ଼ିପିଓ ଗୌତ୍ତମ କିଷାନ, ଡିଆଇବି ଡ଼ିଏସ୍‌ପି ଅଜୟ କୁମାର ମିଶ୍ର, ଆସିଷ୍ଟାଣ୍ଟ କମାଣ୍ଡେଣ୍ଟ ମାନସ ରଞ୍ଜନ ମହାନ୍ତି, ଛତ୍ରପୁର ଥାନା ଅଧିକାରୀ ସତ୍ୟରଞ୍ଜନ ପ୍ରଧାନ, ଇନିସିପେକ୍ଟର ସୀତାଂଶୁ ଶେଖର ମାନ୍ଧାତା ପ୍ରମୁଖ ବହୁ ପୋଲିସ ଅଧିକାରୀ ଏହି କାର୍ଯ୍ୟକ୍ରମରେ ସକ୍ରୀୟ ଅଂଶଗ୍ରହଣ କରିଥିଲେ ।

jayashree
Leave A Reply

Your email address will not be published.