ls

ପଦ୍ମଶ୍ରୀ ଡ. ଶ୍ରୀନିବାସ ଉଦ୍‌ଗାତାଙ୍କୁ ବଲାଙ୍ଗିର ଜିଲ୍ଲା ପ୍ରଶାସନ ପକ୍ଷରୁ ସହାୟତା ପ୍ରଦାନ

2020

ବଲାଙ୍ଗିର, (କେପିଏନ୍‌ଏସ୍‌) : ପଦ୍ମଶ୍ରୀ ଡ. ଶ୍ରୀନିବାସ ଉଦ୍‌ଗାତାଙ୍କୁ ବଲାଙ୍ଗିର ଜିଲ୍ଲା ପ୍ରଶାସନ ପକ୍ଷରୁ ସହାୟତା ପ୍ରଦାନ କରାଯାଇଛି । ସୂଚନାଯୋଗ୍ୟ ଯେ, କିଛି ଦିନ ତଳେ ପଦ୍ମଶ୍ରୀ ଡ.ଉଦ୍‌ଗାତା ତାଙ୍କ ବାସଗୃହ କବିକୁଟୀରରେ ପଡ଼ିଯାଇ ମୁଣ୍ଡରେ ଓ ନାକରେ ଆଘାତ ପ୍ରାପ୍ତ ହୋଇଥିଲେ । ତେବେ ଗତକାଲି ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣା ତାଙ୍କ ବାସଭବନକୁ ଯାଇ ସୌଜନ୍ୟମୂଳକ ସାକ୍ଷାତ କରିବା ସହ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସଂପର୍କରେ ବୁଝିଥିଲେ । ଆଜି ଜିଲ୍ଲାପାଳ ଶ୍ରୀ ରାଣାଙ୍କ ତରଫରୁ ବଲାଙ୍ଗିର ଜିଲ୍ଲା ସଂସ୍କୃତି ଅଧିକାରୀ ବିଜୟ କୁମାର ଶତପଥୀ ପଦ୍ମଶ୍ରୀ ଡ.ଉଦ୍‌ଗାତାଙ୍କୁ ସହାୟତା ରାଶି ଭାବରେ ୧୦ ହଜାର ଟଙ୍କାର ଏକ ଚେକ୍‌ ପ୍ରଦାନ କରିଛନ୍ତି ।

Leave A Reply

Your email address will not be published.