jsm

ବିଜେଡି କର୍ମୀ ସ୍ୱର୍ଗତ ବିଜୟଙ୍କ ପରିବାରକୁ ବିଧାୟକଙ୍କ ଆର୍ଥିକ ସହାୟତା

csstore

କଳାହାଣ୍ଡି, (ନରୋତ୍ତମ ସେଲମା) : କର୍ଲାମୁଣ୍ଡା ବ୍ଲକ ଝାରମୁଣ୍ଡା ଗ୍ରାମର ଯୁବ ବିଜେଡି ସଂଗଠକ ବିଜୟ କୁମାର ସାହୁଙ୍କ ଗତ କିଛି ଦିନ ତଳେ ଅକାଳ ବିୟୋଗ ହୋଇଥିଲା । ଆଜି ସ୍ୱର୍ଗତ ସାହୁଙ୍କ ଦଶାହ ଅବସରରେ ବିଧାୟକ ଭୂପିନ୍ଦର ସିଂଙ୍କ ନିର୍ଦେଶ କ୍ରମେ ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ର ସାହୁ, ଯୁବ ବିଜେଡି ସଭାପତି ତାପସ ଭୋଇ, ପ୍ରେମାନନ୍ଦ ସାହୁ, ଅର୍ଜୁନ ସାହୁ, ରାମଗୋପାଳ ସାହୁ ପ୍ରମୁଖ ସ୍ୱର୍ଗତ ସାହୁଙ୍କ ଘରକୁ ଯାଇ ତାଙ୍କ ବିଧବା ପତ୍ନୀ ଓ ସନ୍ତାନଙ୍କୁ ଭେଟି ସମବେଦନା ଜଣାଇବା ସହ ବିଧାୟକଙ୍କ ସହ ଭିଡ଼ିଓ କଲିଂରେ କଥା କରାଇଥିଲେ । ଏଥି ସହିତ ବିଧାୟକ ଦେଇଥିବା ୨୦ ହଜାର ଟଙ୍କା ସ୍ୱର୍ଗତ ସାହୁଙ୍କ ପତ୍ନୀଙ୍କୁ ପ୍ରଦାନ କରିଥିଲେ । ପ୍ରକାଶ ଥାଉକି ଗତ ଜୁନ ତିରିଶ ତାରିଖ ଦିନ ବିଜୟ କ୍ଷେତରୁ ଫେରୁଥିବା ବେଳେ ହଠାତ ଅସୁସ୍ଥ ହୋଇପଡ଼ିଥିଲେ ଏବଂ ତାଙ୍କୁ ହସ୍ପିଟାଲ ନିଆଯାଉଥିବା ବେଳେ ହୃଦ୍‌ଘାତରେ ପରଲୋକ ହୋଇଥିଲା । ସେ ବିଜେଡିର ଜଣେ ସକ୍ରିୟ କର୍ମୀ ଥିଲେ ।

yuvodaya
Leave A Reply

Your email address will not be published.