ମା’ ଛେଉଣ୍ଡ ୯ ମାସର ଶିଶୁକୁ ଜିଲ୍ଲା ପ୍ରଶାସନ ତରଫରୁ ସହାୟତା

  • ତୁରନ୍ତ ଶିଶୁ ଖାଦ୍ୟ ପ୍ରଦାନ କଲେ ଜିଲ୍ଲାପାଳ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ୧୫ ଦିନ ତଳେ ନିଜ ମା’କୁ ହରାଇଥିବା ୯ ମାସର ଶିଶୁକୁ ଜିଲ୍ଲା ପ୍ରଶାସନ ତରଫରୁ ଆବଶ୍ୟକ ସହାୟତା ସ୍ୱରୂପ ଶିଶୁ ଖାଦ୍ୟ ପ୍ରଦାନ କରିଛନ୍ତି ଜିଲ୍ଲାପାଳ ଶ୍ରୀମତୀ ଅବୋଲୀ ସୁନିଲ ନରୱଣେ । ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ଭୁଦୋବର ଗ୍ରାମର ଶଙ୍କର କୁମ୍ଭାର,୧୫ ଦିନତଳେ ନିଜ ମା’କୁ ହରାଇ ଥିବା ଶିଶୁ ଧନଞ୍ଜୟ କୁମ୍ଭାରକୁ ଧରି ଜିଲ୍ଲାପାଳଙ୍କୁ ସାକ୍ଷାତ କରିବାକୁ ଆସି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଚତୁର୍ଭୁଜ ଦାଶଙ୍କୁ ନିଜର ସମସ୍ତ କଥା କହିଥିଲେ । ଶଙ୍କର କୁମ୍ଭାରଙ୍କ ଅସହାୟତାକୁ ହୃଦୟଙ୍ଗମ କରି ଡିସିପିଓ ଉକ୍ତ ପରିବାରକୁ ଜିଲ୍ଲାପାଳଙ୍କ ସହିତ ସାକ୍ଷତ କରାଇଥିଲେ । ଉକ୍ତ ବିଷୟକୁ ଗୁରୁତ୍ୱର ସହ ଗ୍ରହଣ କରି ଶିଶୁକୁ ତୁରନ୍ତ ଆଶୁ ସହଯୋଗ ନିମନ୍ତେ ଜିଲ୍ଲାପାଳ ପରାମର୍ଶ କରିଥିଲେ । ମା’ ଛେଉଣ୍ଡ ଶିଶୁ ପାଇଁ ଜିଲ୍ଲାପାଳ ଶ୍ରୀମତୀ ନରୱଣେ ଶିଶୁ ଖାଦ୍ୟ ନିମନ୍ତେ ନାନ ପ୍ରୋ-୨, ୬ ଗୋଟି ଶିଶୁ କ୍ଷୀର ସହ କ୍ଷୀର ବୋତଲ ଶଙ୍କର କୁମ୍ଭାରଙ୍କୁ ପ୍ରଦାନ କରି ଶିଶୁକୁ ଘରେ ପ୍ରସ୍ତୁତ ଶିଶୁ ଖାଦ୍ୟ ପ୍ରଦାନ କରିବାକୁ ପରାମର୍ଶ କରିଛନ୍ତି । ପରେ ଶଙ୍କର କୁମ୍ଭାରଙ୍କ ଅନ୍ୟ ୨ ସନ୍ତାନଙ୍କୁ ଜିଲ୍ଲା ଶିଶୁ ସୁରକ୍ଷା କର୍ମଚାରୀ ଜିଲ୍ଲା ଶିଶୁ ମଙ୍ଗଳ କମିଟି ଆଗରେ ଉପସ୍ଥାପନ କରିଥିଲେ । ଏହି ସମୟରେ ଜିଲ୍ଲା ଜରୁରୀ ଶାଖା ଅଧିକାରୀ ଇପ୍ସିତା ମିଶ୍ର, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଚତୁର୍ଭୁଜ ଦାଶ, ଜରୁରୀ ଶାଖା ବରିଷ୍ଠ ସହାୟକ ଦିନେଶ ମିଶ୍ର, ଜିଲ୍ଲା ଶିଶୁ ସୁରକ୍ଷା ପରାମର୍ଶ ଦାତା ପ୍ରଶାନ୍ତ ମହାକୁଡ଼ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

1 × 4 =