ଓଡିଶା ରାଜ୍ୟ ସମାଜସେବୀ ମହାସଂଘର ସହ ସମ୍ପାଦିକା ଓ ଜିଲ୍ଲା ସଂଯୋଜକ ହେଲେ ସମାଜସେବୀ ନୂତନ ଦାସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ନୂତନ ଦାସ ମହିଳାମାନଙ୍କ ଉନ୍ନତି ତଥା ସେମାଙ୍କର ସ୍ୱାସ୍ଥ୍ୟ ଓ ଅସହାୟ ଲୋକଙ୍କ ସଦାସର୍ବଦା ସାହାଯ୍ୟ ପାଇଁ ଓ ରୋଗୀମାନଙ୍କୁ ରକ୍ତ ଯୋଗାଣରେ ଦିନରାତି ତାଙ୍କ ପାଖରେ ପହଞ୍ଚିଥିବା ଦେଖାଯାଇଥାନ୍ତି । ବର୍ତ୍ତମାନ ସେ ନାରୀ ଶକ୍ତି ସଙ୍ଗଠନର କର୍ମୀ ଓ ତାଙ୍କର ଏହି ମହତ୍ କାମ ଦେଖି ଓଡିଶା ରାଜ୍ୟ ସମାଜସେବୀ ମହାସଂଘ ତରଫରୁ ତାଙ୍କୁ ରାଜ୍ୟ ସହସମ୍ପାଦିକା ଓ ବଲାଙ୍ଗିର ଜିଲ୍ଲାର ସଂଯୋଜକ ଭାବେ ଚୟନ କରାଯାଇଛି । ନୂତନ ଦାସ କହିଛନ୍ତି ଯେ, ବଲାଙ୍ଗିର ତଥା ରାଜ୍ୟର ଜିଲ୍ଲା ମାନଙ୍କରେ ସାମାଜିକ କାର୍ଯ୍ୟରେ ଛିଡା ହେବେ ଓ ସର୍ବଦା ସମସ୍ତଙ୍କ ସାହାଯ୍ୟ କରିବେ ।

Leave A Reply

Your email address will not be published.

11 − 7 =