csstore

ଥାନା ଅଧିକାରୀଙ୍କ ମାନବୀୟତା : ମା’ ଛେଉଣ୍ଡ ଶିଶୁଙ୍କୁ ମାସିକ ୧୫ ଶହ ସହାୟତା

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଏକ ମା’ ଛେଉଣ୍ଡ ଶିଶୁ କନ୍ୟାର ଭରଣ ପୋଷଣ ପାଇଁ ପ୍ରତ୍ୟେକ ମାସରେ ୧୫ ଶହ ଟଙ୍କା ଦେବାକୁ ପ୍ରତିଶୃତି ଦେବା ସହ ପ୍ରଥମ ମାସିକ ଅର୍ଥ ଶିଶୁଟିର ବାପାଙ୍କୁ ପ୍ରଦାନ କରିଛନ୍ତି ଗଞ୍ଜାମ ଥାନା ଅଧିକାରୀ ଶୁଭେନ୍ଦୁ କୁମାର ସାହୁ । ପ୍ରାପ୍ତ ସୂଚନାନୁଯାୟୀ ବୁଧବାର ଗଞ୍ଜାମ ବ୍ଲକ ଅନ୍ତର୍ଗତ ମଲାଡ଼ ପଞ୍ଚାୟତର ବାହାଲପୁର ଗ୍ରାମର ପର୍ଶୁରାମ ବେହେରା ଗଞ୍ଜାମ ଥାନାରେ ନିଜ ଶିଶୁକନ୍ୟା ସାଇନାକୁ ଧରି ପହଁଚିବା ସହ ଝିଅଟିକୁ କୌଣସି ଆଶ୍ରମରେ ଛାଡିବାକୁ ପରାମର୍ଶ ଲୋଡିଥିଲେ । ଯାହାକୁ ନେଇ ଆଇଆଇସି ଶ୍ରୀ ସାହୁ ତାଙ୍କୁ ଏହି ପଦକ୍ଷେପ ଠିକ ନୁହେଁ ବୋଲି କହିବା ସହ ପର୍ଶୁରାମଙ୍କ ହାତରେ ୧୫ ଶହ ଟଙ୍କା ଧରାଇ ଦେଇ ଗଞ୍ଜାମ ଥାନାରେ ରହିଥିବା ପର୍ଯ୍ୟନ୍ତ ପ୍ରତି ମାସରେ ୧୫ ଶହ ଟଙ୍କା ଆସି ନେଇଯିବାକୁ ପରାମର୍ଶ ଦେଇଥିଲେ ଏବଂ ଝିଅଟିକୁ ନିଜ ପାଖରେ ରହି ସ୍ନେହ, ଶ୍ରଦ୍ଧା କରି ମଣିଷ କରିବାକୁ ପରାମର୍ଶ ଦେଇଥିଲେ । ଥାନା ଅଧିକାରୀଙ୍କ ଏହି ମାହାନ ଗୁଣକୁ ବିଭିନ୍ନ ମହଲରେ ଉଚ୍ଚ ପ୍ରଶଂସା କରାଯାଇଛି ।

jayashree
Leave A Reply

Your email address will not be published.