pakka

ଦୁର୍ଘଟଣାରେ ଆହତ ଖଗପତିଙ୍କୁ ସହାୟତାର ହାତ ବଢାଇଲେ ଉମା ସରପଞ୍ଚ

bbehera

ବୌଦ୍ଧ, (ବଂଶୀଧର ମାଝୀ) : କଣ୍ଟାମାଳ ବ୍ଲକ ଉମା ପଞ୍ଚାୟତର ନବ ନିର୍ବାଚିତ ସରପଞ୍ଚ ଦୌଲଥ ପାଣ୍ଡେ ଆଜି ପଞ୍ଚାୟତର ବିଭିନ୍ନ ଗ୍ରାମ ପରିଦର୍ଶନ କରିବା ସହ ପ୍ରତି ପରିବାରକୁ ଯାଇ ଲୋକଙ୍କୁ ମୁଣ୍ତିଆ ମାରିବା ସହ ପରିବାର ଲୋକଙ୍କ ସାଥିରେ ସୁଖ ଦୁଃଖ ଆଲୋଚନା କରିଥିଲେ । ନିଜଘରେ ସରପଞ୍ଚଙ୍କ ଉପସ୍ଥିତି ଦେଖି ମହିଳାମାନେ ବନ୍ଦାପନା କରିବା ସହ ପଞ୍ଚାୟତର ସମସ୍ତଙ୍କ ସୁଖଦୁଃଖ ବୁଝିବାକୁ ପରାମର୍ଶ ଦେଇଥିଲେ । ଫଟାମୁଣ୍ତା ଗ୍ରାମର ଖଗପତି ଠେଲା ଏକ ସଡକ ଦୁର୍ଘଟଣାରେ ଆତହ ହୋଇ ଚିକିତ୍ସିତ ହେଉ ଥିବାର ଖବର ପାଇ ତାଙ୍କୁ ସାକ୍ଷାତ କରିବା ସହ ବ୍ୟକ୍ତିଗତ ଭାବେ ଆର୍ଥିକ ସହାୟତା ପ୍ରଦାନ କରିଥିଲେ । ନବ ନିର୍ବାଚିତ ସରପଞ୍ଚଙ୍କ ଏତାଦୃଶ ମହାନତାକୁ ଗ୍ରାମବାସୀ ଖୁବ ପ୍ରଶଂସା କରିଛନ୍ତି ।

jay balangir
Leave A Reply

Your email address will not be published.

19 + two =

error: Content is protected !!