ଗରିବ ପରିବାରକୁ ସହାୟତା ପ୍ରଦାନ

ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ଆଜି ପୁରୀ ଜିଲ୍ଲା ଅନ୍ତର୍ଗତ ସତ୍ୟବାଦୀ ବ୍ଲକ ଅଧିନସ୍ଥ ବିଶ୍ୱନାଥ ପୁର ପଂଚାୟତ ବ୍ରାହ୍ମଣପଡା ଗ୍ରାମର ଗରିବ ପରିବାର ପିତାମ୍ବର ମହାପାତ୍ରଙ୍କ ପରିବାରକୁ ସହାୟ ହେଲେ ଦୁଇ ଯୁବ ସମାଜସେବୀ ବିଭୁ ପ୍ରସାଦ ନନ୍ଦ ଓ ଅମ୍ଲାନ ଅଭିଜିତ୍ ଶତପଥୀ । ବ୍ରାହ୍ମଣପଡ଼ା ଗ୍ରାମର, ପିତାମ୍ବର ମହାପାତ୍ର(୭୨), ତାଙ୍କ ପରିବାର କହିଲେ ତିନି ପୁଅ, ସ୍ତ୍ରୀ ମିଶି ପାଞ୍ଚପ୍ରାଣୀ କିନ୍ତୁ ସ୍ରଷ୍ଟାର ସୃଷ୍ଟି ବଡ଼ ବିଚିତ୍ର ସମସ୍ତ ପୁଅ ଦିବ୍ୟାଙ୍ଗ ସ୍ତ୍ରୀ ବି ଶଯ୍ୟାଶାୟୀ, ବଞ୍ଚିବା ଅତି ଦୁର୍ବିସହ କାହିଁକି ନା ବଡ଼ପୁଅ ଲକ୍ଷ୍ମୀଧର ଶତ ପ୍ରତିଶତ ଅନ୍ଧ ଓ ମାନସିକ ବିକାର ଗ୍ରସ୍ତ, ଦ୍ୱିତୀୟ ପୁଅ ଘନଶ୍ୟାମ (୩୪) ଶତ ପ୍ରତିଶତ କାଲା ଓ ଖନା, ତୃତୀୟ ପୁଅ ଶ୍ୟାମସୁନ୍ଦର କାଲା ଓ ଅର୍ଦ୍ଧ ପାଗଳ, ସ୍ତ୍ରୀ ବିଷ୍ଣୁପ୍ରିୟା ମହାପାତ୍ରଙ୍କ ଦୁଇ ଗୋଡ଼ ଭଙ୍ଗା ହେତୁ ସେ ଶଯ୍ୟାଶାୟୀ ସରକାରୀ ସହଯୋଗ ବୋଲି କେବଳ ଭତା ଓ ରାସନ ଚାଉଳ ବଞ୍ଚିବା ଅତି ଦୁର୍ବିସହ ଯାହା ଭତା ମିଳୁଛି କେବଳ ଔଷଧକୁ ପାଉନି ମାଗି ଯାଚି, ଧାର କରଜ କରି ଆଜି ସେ କାଙ୍ଗାଳ ୭୨ବର୍ଷ ବୟସରେ ନିଜ କର୍ମକୁ ଆଦରି କାନ୍ଦିବା ଛଡା କିଛି ଉପାୟ ନାହିଁ । ଏଣୁ ରାଜ୍ୟ ସରକାର, ଜିଲ୍ଲା ପ୍ରଶାସନ ଓ ଦରଦୀ ବନ୍ଧୁ ମାନଙ୍କୁ ଅନୁରୋଧ ଏ ବ୍ରାହ୍ମଣ ପରିବାରକୁ ଏ ଦୁର୍ଦଶା ସମୟରେ ସହଯୋଗର ହାତ ବଢ଼ାନ୍ତୁ ।

jittmm
Leave A Reply

Your email address will not be published.