csstore

ଯେଉଁ ଜିଲ୍ଲାର ରାଜସ୍ୱ ନିରୀକ୍ଷକ, ସେହି ଜିଲ୍ଲାରୁ ନିଯୁକ୍ତିି ଦିଆଯାଉ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସରକାର ଯେଉଁ ଜିଲ୍ଲାରେ ରାଜସ୍ୱ ନିରୀକ୍ଷକ ପଦବୀ ପୂରଣ କରୁଛନ୍ତି । ତେବେ ନିଯୁକ୍ତି ମଧ୍ୟ ସେହି ଜିଲ୍ଲାର ପ୍ରାଥୀଙ୍କୁ ଦିଆଯାଉ ବୋଲି ଆଶାୟୀ ପ୍ରାର୍ଥୀମାନେ ବଲାଙ୍ଗିର ଯାଦବ ଭବନ ଠାରେ ଅନୁଷ୍ଠିତ ଏକ ପ୍ରସ୍ତୁତି ବୈଠକରେ ଦାବୀ କରିଛନ୍ତି । ଓଡିଶା ସରକାରଙ୍କ ତରଫରୁ ରାଜସ୍ୱ ନିରୀକ୍ଷକ ପଦବୀ ପାଇଁ ବିଜ୍ଞପ୍ତି ବାହାରିଛି । ଉକ୍ତ ପଦବୀ ଗୁଡିକୁ ଜିଲ୍ଲା ଭିତ୍ତିକ ବା ସେହି ଜିଲ୍ଲାରୁ ଚୟନ କରାଯାଉ । ଅନେକ ସମୟରେ ପଶ୍ଚିମ ଓଡିଶାର ବିଭିନ୍ନ ପଦବୀ ଉପକୂଳବର୍ତ୍ତି ଜିଲ୍ଲାମାନଙ୍କରୁ ପୂରଣ କରାଯାଏ । ଏଠାକାର ଯୋଗ୍ୟ ଯୁବକ ଯୁବତୀ ନିଜ ଅଂଚଳରେ ଚାକିରୀ ଖଣ୍ଡିଏ ପାଇବାରୁ ବଞ୍ଚିତ ହୁଅନ୍ତି । ବେସରକାରୀ କ୍ଷେତ୍ର ମାନଙ୍କରେ ମଧ୍ୟ ଅବସ୍ଥା ସମାନ ଦେଖିବାକୁ ମିଳେ । ଏଭଳି ଭାବେ ଏଠାକାର ଶିକ୍ଷୀତ ଯୁବକ ଯୁବତୀ ବୈମାତୃକ ଭାବ ଶିକାର ହୋଇ ଦାଦନ ଯିବା ପାଇଁ ବାଧ୍ୟ ହୁଅନ୍ତି ବୋଲି ଆଜିର ଏହି ବୈଠକରେ ମତ ପ୍ରକାଶ ପାଇଥିଲା । ତେବେ ଆଗାମୀ ଦିନରେ ଯଦି ରାଜସ୍ୱ ନିରୀକ୍ଷକ ପଦବୀକୁ ଜିଲ୍ଲା ଭିତ୍ତିକ ଚୟନ କରା ନ ଗଲେ ଅଂଚଳର ହଜାର ହଜାର ଶିକ୍ଷିତ ଯୁବକ ଯୁବତୀ ମାନେ ରାଜରାସ୍ତାକୁ ନିଜର ହକ୍ ପାଇବା ପାଇଁ ଓହ୍ଲାଇବାକୁ ପ୍ରସ୍ତୁତ ରହିଛନ୍ତି ବୋଲି ଆଶାୟୀ ପ୍ରାର୍ଥିମାନେ କହିଛନ୍ତି । ଆଜିର ଏହି ପ୍ରସ୍ତୁତି ବୈଠକରେ ବିନୋଦ କାଲସାଏ, ଅଭୟ ଜେନା, ମନବୋଧ ନାଏକ, ପ୍ରଶାନ୍ତ ଗହିର, ସୁଧାଂଶୁ ଶେଖର ଖମାରୀ, ସୁଜିତ ସାହୁ, ଦେବୀ ପ୍ରସାଦ ଗହିର, ଅମିତ ନାଗ, ରଜତ କୁମାର ବାଗ, ସଂଗ୍ରାମ ମିଶ୍ର, ଯଶୋବନ୍ତ ସିଂ, ପ୍ରଣୟ କୁମାର ବାଗ, ପଦ୍ମଲୋଚନ ବିଶ୍ୱାଲ, ଭକ୍ତ ରଣା, ରଞ୍ଜନ ବୁଡେକ, ସୁରେଶ କୁମାର ପୃଷ୍ଟି, ଯୋଗେଶ୍ୱର ବିଶି ପ୍ରମୁଖ ବୈଠକରେ ଉପସ୍ଥିତ ରହି ନିଜର ମତାମତ ରଖିଥିଲେ ।

jayashree
Leave A Reply

Your email address will not be published.