ଅସହାୟର ବନ୍ଧୁ ସଂକଳ୍ପ ପରିବାରର ସହାୟତା

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଶବ ସଂରକ୍ଷଣ ଗୃହରେ ଥିବା ଏକ ଅସହାୟ ଶବକୁ ସମ୍ମାନର ସହିତ ସତ୍କାର କରିଛି ଅସହାୟର ବନ୍ଧୁ ଭାବେ ପରିଚିତ ବରଗଡ଼ ଜିଲ୍ଲାର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ସଂକଳ୍ପ ପରିବାର । ସୂଚନା ଅନୁଯାୟୀ ବରଗଡ଼ ଜିଲ୍ଲା ଅତାବିରା ଥାନା ଅନ୍ତର୍ଗତ ପରମାନପୁର ଗ୍ରାମରେ ଏକ ଅଜଣା ମୃତ ଶରୀର ପଡିରହିଥିବା ବିଷୟରେ ଖବର ପାଇ ଅତାବିରା ପୋଲିସ ଘଟଣା ସ୍ଥଳକୁ ପହଞ୍ଚିଥିଲା । ମୃତ ବ୍ୟକ୍ତିଙ୍କ କୌଣସି ପରିଚୟ ନମିଳିବାରୁ ତାଙ୍କୁ ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଶବ ସଂରକ୍ଷଣ ଗୃହରେ ରଖାଯାଇଥିଲା । ଆଜି ସକାଳୁ ଅତାବିରା ପୋଲିସ ଖବର ପାଇଥିଲା ଯେ ମୃତ ବ୍ୟକ୍ତି ଜଣକ ହେଉଛନ୍ତି ଲସ୍ତଲା ଗ୍ରାମର ୭୦ ବର୍ଷୀୟ ବନହରି ଭୁଏ । ତାଙ୍କର ପରିବାରରେ ତାଙ୍କ ଏକମାତ୍ର ପୁଅ ପ୍ରମୋଦ ଭୁଏ ଛଡା ତାଙ୍କର ଆଉ କେହି ଆତ୍ମୀୟ ସ୍ଵଜନ ନାହାନ୍ତି । ତେବେ ପୋଲିସଠାରୁ ଖବର ପାଇବା ପରେ ତାଙ୍କର ପୁଅ ପ୍ରମୋଦ ଏକାକୀ ଶବ ସତ୍କାର କରିବାରେ ଅସମର୍ଥ ପ୍ରକାଶ କରିଥିଲେ । ତେଣୁ ଅତାବିରା ପୋଲିସ ବରଗଡ଼ର ସାମାଜିକ ଅନୁଷ୍ଠାନ ସଂକଳ୍ପ ପରିବାରକୁ ଶବ ସତ୍କାର କରିବା ପାଇଁ ଅନୁରୋଧ କରିଥିଲା ଏବଂ ସଂକଳ୍ପ ପରିବାର ମୁଣ୍ଡ ଫଟା ଖରାକୁ ଖାତିର ନକରି ନିଜ ସାମାଜିକ କର୍ତ୍ତବ୍ୟକୁ ପାଳନ କରିଥିଲା । ସଂକଳ୍ପ ପରିବାରର ସଦସ୍ୟ ଜି. ରମେଶ, ଅନନ୍ତ ଚରଣ ସାହୁ, ଚିନ୍ମୟ ପାଣ୍ଡେ, ବିକାଶ ଅଗ୍ରୱାଲ ଓ ଟିଟୁ ତାଣ୍ଡି ପ୍ରମୁଖ ସମ୍ମାନର ସହିତ ମୃତ ଶରୀରକୁ ସ୍ଥାନୀୟ ପିପଳମୁଣ୍ଡା ସ୍ଥିତ ସ୍ୱର୍ଗଦ୍ୱାରରେ ସତ୍କାର କରିଥିଲେ ।

Leave A Reply

Your email address will not be published.

10 + 19 =