pakka

ବଲାଙ୍ଗିର ସହରରେ +୨ କଳା ପରୀକ୍ଷାରେ ଦୁଇ ଜଣ ଛାତ୍ରୀଙ୍କ ସଫଳତା

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତକାଲି +୨ କଳାର ପରୀକ୍ଷା ଫଳ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶିତ ହୋଇଥିବା ବେଳେ ବଲାଙ୍ଗିର ସହରର ୨ ଜଣ ଛାତ୍ରୀ ୫୩୩ ମାର୍କ ଆଣି ସହରର ଶ୍ରେଷ୍ଠ କୃତି ଛାତ୍ରୀ ଭାବେ କୃତିତ୍ୱ ଅର୍ଜନ କରିଛନ୍ତି । ତେବେ ଏହି ଦୁଇ ଜଣ ଛାତ୍ରୀ ବଲାଙ୍ଗିର ରାଜେନ୍ଦ୍ର କଲେଜରେ ପାଠ ପଢୁଥିବା ବେଳେ ଓମ୍‌ ଏକାଡେମୀରେ କୋଚିଙ୍ଗ କରୁଥିଲେ । ଦୁଇ ଜଣ ଛାତ୍ରୀଙ୍କ ମଧ୍ୟରୁ ବଲାଙ୍ଗିର ସହରର ୱାର୍ଡ ନଂ. ୬ର ପ୍ରିୟମ୍ବଦା ପଧାନ । ଯିଏ କି ଗରିବ ତଥା ଭିନ୍ନକ୍ଷମ ହୋଇଥିବା ବେଳେ ସେ ଗୋଟିଏ ଆଖିରେ ଦେଖି ପାରନ୍ତି । ତାଙ୍କ ଅନ୍ୟ ଆଖିଟି କୌଣସି କାରଣ ବଶତଃ ନଷ୍ଟ ହୋଇଯାଇଛି । ପ୍ରିିୟମ୍ବଦା ଗରିବ ଓ ଭିନ୍ନକ୍ଷମ ହୋଇଥାଇପାରନ୍ତି ସତ, ତଥାପି ସେ ହାରି ଯାଇ ନାହାନ୍ତି । ଧର୍ଯ୍ୟ ଓ ନିଷ୍ଠାର ସହ ପାଠପଢି ସାରା ବଲାଙ୍ଗିର ସହରରେ +୨ କଳା ପରୀକ୍ଷାରେ ସଫଳତା ଅର୍ଜନ କରିପାରିଥିବା ବେଳେ ବଲାଙ୍ଗିର ସହରର ୱାର୍ଡ ନଂ ୨୦ର ଇନ୍ଦିରାନଗରେ ରହୁଥିବା ସାଗରିକା ପାତ୍ର ମଧ୍ୟ ଏକାଗ୍ରତାର ସହ ପାଠପଢି ସାରା ବଲାଙ୍ଗିର ସହର ପାଇଁ ଗୌରବ ଆଣିଦେଇଛନ୍ତି ।

jay balangir
Leave A Reply

Your email address will not be published.

8 + six =

error: Content is protected !!