csstore

ଐତିହାସିକ ତଥା ପ୍ରଶାସନିକ ଅଧିକାରୀ ସ୍ୱର୍ଗତ ସାଧୁ ଚରଣ ମିଶ୍ରଙ୍କର ୫୦ତମ ପୂଣ୍ୟତିଥି ପାଳନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ମାଲପଡା ଠାରେ ମହାନ ଐତିହାସିକ ସ୍ୱର୍ଗତ ସାଧୁ ଚରଣ ମିଶ୍ରଙ୍କର ପଞ୍ଚଦଶ ତମ ଶ୍ରାଦ୍ଧ ବାର୍ଷିକି ପ୍ରଫେସର ତରୁଣ କୁମାର ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାରେ ଜିଲ୍ଲା ନାଗରିକ କମିଟିର ଉପ-ସଭାପତି ନିତ୍ୟାନନ୍ଦ ମିଶ୍ର ଦୀପ ପ୍ରଜ୍ୱଳନ କରିଥିଲେ ଏବଂ ଜିଲ୍ଲା ବ୍ରାହ୍ମଣ ସମାଜର ସଭାପତି ଗୋପବନ୍ଧୁ ପୁରୋହିତ ମାଲ୍ୟାର୍ପଣ କରି ମନ୍ତ୍ରପାଠ କରିଥିଲେ । ସ୍ୱର୍ଗତ ମିଶ୍ରଙ୍କ ବହୁମୁଖି ପ୍ରତିଭା ଉପରେ ଧର୍ମବ୍ରତ ରଥ, ଅଶୋକ ଚାନ୍ଦ, ଦିବାକର ହୋତା, ଡା. ସାର୍ଥକ ମିଶ୍ର, ସ୍ୱରୁପ ମିଶ୍ର, ଆଦିତ୍ୟ ମିଶ୍ର ପ୍ରମୁଖ ସ୍ମୃତି ଚାରଣ କରିଥିଲେ । ଇଂରେଜ ଶାସନ ସମୟରେ ତକ୍ଷଶିଳା ଠାରେ ହ୍ୱିଲର ସାହେବଙ୍କ ନେତୃତ୍ୱରେ ଅନୁଷ୍ଠିତ ପତ୍ନତାତ୍ୱିକ ଉତ୍‌ଖମନରେ ସ୍ୱର୍ଗତ ମିଶ୍ର ସହଯୋଗୀ ଭାବରେ ଯୋଗ ଦେଇଥିଲେ ତଥା ତତ୍‌କାଳୀନ ପାଟଣା ଷ୍ଟେଟରେ ତହସିଲଦାର ଏବଂ ସ୍ୱାଧିନତା ପରେ ଡେପୁଟି କଲେକ୍ଟଟର ଭାବେ ଦୃଢ ପ୍ରଶାସନିକ ଭିତ୍ତିଭୂମି ନିର୍ମାଣ କରିଥିଲେ ଏବଂ ଐତିହାସିକ କିର୍ତ୍ତୀରାଜିର ସଂରକ୍ଷଣ ଦିଗରେ କାମ କରିଥିଲେ । ଓଡିଶା ସରକାରଙ୍କ ଶାସନରେ ବିଭିନ୍ନ ଜିଲ୍ଲାରେ ବିଭିନ୍ନ ପଦପଦବୀରେ ଅଳଙ୍କୃତ ହୋଇ ୫୨ ବର୍ଷ ବୟସରେ ହୃଦଘାତରେ ଇହଧାମ ତ୍ୟାଗ କରିଥିଲେ । ଉକ୍ତ ସ୍ମୃତି ସଭାରେ ପର୍ଶୁରାମ ନାୟକ, ସତ୍ୟନାରାୟଣ ପାଣିଗ୍ରାହୀ, ସାମ୍ବାଦିକ ଆକୁଳ ବେହେରା, ପ୍ରଶନ୍ନ ମିଶ୍ର, ଗୋପାଳ କର, ଗୌରୀ ଶଙ୍କର ମିଶ୍ର, ନାରାୟଣ ମିଶ୍ର, ସୁମିତ ମିଶ୍ର, ଗୋପାଳ ମିଶ୍ର, ଅନନ୍ତ ବିଷୋଇ ପ୍ରମୁଖ ଯୋଗ ଦେଇଥିଲେ । ଶେଷରେ ରାଜେଶ ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.