om academy

ସଇଁନ୍ତଲାର ବିଭିନ୍ନ ସ୍ଥାନରେ ୭୩ତମ ସାଧାରଣତନ୍ତ୍ର ଦିବସ ପାଳିତ

jsm

ସଇଁନ୍ତଲା, (ଅଜିତ କୁମାର ସାହୁ) : ସଇଁନ୍ତଲା ବ୍ଳକର ବିଭିନ୍ନ ସ୍ଥାନରେ ଆଜି ୭୩ତମ ସାଧାରଣତନ୍ତ୍ର ଦିବସ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଥାନାରେ ଆଇଆଇସି ଅବିନୀ ସାହୁ, ମଟର ଚାଳକ ସଂଘ ଠାରେ ମୁଖ୍ୟ ଅତିଥି ଭାବେ ଶୁଭେନ ସିଂ ଭୋଇ, ସିମ୍ରନ ସିଂ ଭୋଇ, ବିଡ଼ିଓ କାର୍ଯ୍ୟାଳୟରେ ବିଡ଼ିଓ ଚନ୍ଦ୍ରମଣି ନାଗ ପତାକା ଉତ୍ତୋଳନ କରିଥିଲେ । ପରେ ସ୍ଥାନୀୟ ରମେଶ ସିଂ ଭୋଇ ଷ୍ଟାଡିୟମ ଠାରେ ମୁଖ୍ୟ ଅତିଥି ଭାବେ ବିଡ଼ିଓ ଶ୍ରୀ ନାଗ ଯୋଗ ଦେଇ ପତାକା ଉତ୍ତୋଳନ କରି ଦେଶ ପାଇଁ ଜୀବନ ଦେଇଥିବା ସୈନିକ ଓ ମହାପୁରୁଷ ମାନଙ୍କ ଉପରେ ଆଲୋକପାତ କରିଥିଲେ ।

Leave A Reply

Your email address will not be published.

four × five =