csstore

ଧୂମାପାଲି ଗ୍ରାମରେ ବିଜେପି ପକ୍ଷରୁ ବୃକ୍ଷରୋପଣ ଓ ସାଧାରଣ ସଭା ଅନୁଷ୍ଠିତ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ ବୁଢାବାହାଲସ୍ଥିତ ଧୂମାପାଲି ଗ୍ରାମରେ ଆଜି ବଲାଙ୍ଗିର ସାଂସଦଙ୍କ ସଇଁନ୍ତଲା ବ୍ଲକ ପ୍ରତିନିଧି ଅକ୍ଷୟ ରଣାଙ୍କ ନେତୃତ୍ୱରେ ପ୍ରଥମେ ଆଗରେ ପଞ୍ଚାୟତ ସ୍ତରରେ ନିର୍ବାଚନ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହେବା ପରେ ଏକ ଖେଳ ପଡିଆ ଠାରେ ବୃକ୍ଷରୋପଣ କରାଯାଇଥିଲା । ତେବେ ଆଗାମୀ ଦିନରେ କିଭଳି ଭାବରେ ବିଜେପିର ବିଜୟ ବାନା ଉଡିବ ତାହାକୁ ନେଇ ଏବେ ଜୋର ଜାରେ ବିଭିନ୍ନ ସ୍ଥାନରେ ବୈଠକ ମଧ୍ୟ ଅନୁଷ୍ଠିତ କରାଯାଉଛି । ଏଥିରେ ମଣ୍ଡଳ ସଭାପତି ଦୈତାରୀ ଭୁଏ, କମ୍ବୁ ରଣା, ଗୈର ରଣା, ସୋମନାଥ ନାଏକ, ପ୍ରେମା ସାହୁ, ଦର୍ଶନ ପଧାନ, ସୁବାଷ ବେହେରା, ତ୍ରିନାଥ ରଣା ସମେତ ବିଜେପିର ଶତାଧିକ କର୍ମୀମାନେ ସାମିଲ ହୋଇଥିଲେ ।

jayashree
Leave A Reply

Your email address will not be published.