csstore

ଯାଦବ ଭବନ ପକ୍ଷରୁ ଆରମ୍ଭ ହେଲା ସପ୍ତାହ ବ୍ୟାପି ବୃକ୍ଷରୋପଣ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିରସ୍ଥିତ ଯାଦବ ଭବନରେ ପଦ୍ମପୁର ପୂର୍ବତନ ବିଧାୟକ ତଥା ଭାଜପା ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ପ୍ରଦିପ ପୁରୋହିତ ବୃକ୍ଷରୋପଣ କରି ବୃକ୍ଷ ହିଁ ଜୀବନର ବାର୍ତ୍ତା ପ୍ରଦାନ କରି ଚଳିତ ବର୍ଷା ଋତୁରେ ଅଧିକ ସଂଖ୍ୟକ ବୃକ୍ଷରୋପଣ କରିବାକୁ ଜନସାଧାରଣ ଆଗେଇ ଆସିବା ପାଇଁ ଆହ୍ୱାନ ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ପୌରାଞ୍ଚଳ ଅଧ୍ୟକ୍ଷ ପଙ୍କଜ ସେଲମା, କବି ଅର୍ଜୁନ ସାହୁ, ଘାସିରାମ ଦିପଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମକୁ ପ୍ରଶାନ୍ତ ମହାକୁର ପରିଚାଳନା କରିଥିଲେ । ଏଠାରେ ସୂଚନାଯୋଗ୍ୟ ଯେ, ଏହି କାର୍ଯ୍ୟକ୍ରମ ଆସନ୍ତା ୭ ଦିନ ଧରି ଜିଲ୍ଲାର ୧୪ଟି ବ୍ଲକ ଏବଂ ୩ଟି ଏନ୍‌ଏସି ଓ ମ୍ୟୁନିସିପାଲିଟିରେ ବୃକ୍ଷରୋପଣ କାର୍ଯ୍ୟକ୍ରମ କରାଯିବ ବୋଲି ଜିଲ୍ଲା ଯାଦବ ସମାଜ ନିଷ୍ପତ୍ତି ନେଇଛି ।

jayashree
Leave A Reply

Your email address will not be published.