csstore

ଅନୁସୂଚିତ ଜନଜାତି ବିଜେପି ଜନମୋର୍ଚ୍ଚା ରାଜ୍ୟ ସାଧାରଣ ସମ୍ପାଦକ ଭାବେ ମନୋନୀତ ହେଲେ ଗୋବର୍ଦ୍ଧନ ଭୁଏ

ପଦ୍ମପୁର, (ନିରୋଜ କୁମାର ପାଣୀ) : ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ଅନୁମୋଦନ କ୍ରମେ ଅନୁସୂଚିତ ଜନଜାତି ମୋର୍ଚ୍ଚା ରାଜ୍ୟ ସଭାପତି ତଥା ବିଧାୟକ ନିତ୍ୟାନନ୍ଦ ଗଣ୍ଡ ବରଗଡ ଜିଲ୍ଲାରୁ ଗୋବର୍ଦ୍ଧନ ଭୁଏଙ୍କୁ ଅନୁସୂଚିତ ଜନଜାତି ମୋର୍ଚ୍ଚା ରାଜ୍ୟ ସାଧାରଣ ସମ୍ପାଦକ ଭାବେ ମନୋନୀତ କରାଯାଇଛି । ମୋଦୀ ସରକାରଙ୍କ ବିଭିନ୍ନ ଜନଜାତି କଲ୍ୟାଣ ଯୋଜନାକୁ ତୃଣମୂଳ ସ୍ତରରୁ ପହଞ୍ଚାଇବା ମୋର୍ଚ୍ଚାର ପ୍ରମୁଖ କାର୍ଯ୍ୟ ହେବ,ଏହା ସହ ରାଜ୍ୟ ସରକାରଙ୍କ ଜନଜାତି ବିରୋଧୀ ନୀତି ବିରୁଦ୍ଧରେ ଆଗାମୀ ଦିନରେ ସାରା ରାଜ୍ୟରେ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ଗୋବର୍ଦ୍ଧନ ଭୁଏ କହିଛନ୍ତି । ଶ୍ରୀ ଭୁଏ ଅନୁସୂଚିତ ଜନଜାତି ମୋର୍ଚ୍ଚାର ଓଡ଼ିଶା ପ୍ରଦେଶର ରାଜ୍ୟ ସାଧାରଣ ସମ୍ପାଦକ ଭାବେ ମନୋନୀତ ହୋଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କୃତଜ୍ଞତା ଜଣାଇବା ସହ ବିଶେଷ କରି ରାଜ୍ୟ ସଭାପତି ସମୀର ମହାନ୍ତିଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ।

jayashree
Leave A Reply

Your email address will not be published.