csstore

ନଟରାଜ କଳା ପରିଷଦର ବାର୍ଷିକ ସାଧାରଣ ସଭା

ବଲାଙ୍ଗିର, (ଦେବଶିଷ ମିଶ୍ର) : ନଟରାଜ କଳା ପରିଷଦର ୨୫ବର୍ଷ ପୁର୍ତ୍ତି ଅବସରରେ ଏକ ବୈଠକ ସଭାପତି ହରିନାରାୟଣ ପୁଜାରୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଆଗାମୀ ବର୍ଷ ତମାମ୍‌ ୨୫ ବର୍ଷ ପାଳନ କରିବା ପାଇଁ ବିଭିନ୍ନ ଯୋଜନା ପ୍ରସ୍ତୁତ କରାଯାଇଥିଲା । ସଭ୍ୟମାନଙ୍କ ପ୍ରସ୍ତାବ କ୍ରମେ ୨୫ ବର୍ଷ ପୁର୍ତ୍ତି କମିଟି ଗଠନ କରିବା ପାଇଁ ଆଲୋଚନା ହୋଇଥିଲା ଏବଂ ଅଧ୍ୟକ୍ଷ ଭାବରେ ଡ. ଶ୍ରୀକର ମିଶ୍ରଙ୍କୁ ଦାୟିତ୍ୱ ଅର୍ପଣ କରାଯାଇଥିଲା । ଏହି ଅବସରରେ ୨୫ ଗୋଟି ନାଟକ ମଂଚସ୍ଥ କରିବା ପାଇଁ ସଭାରେ ସ୍ଥିର କରାଯାଇଥିଲା । ବଲାଙ୍ଗିରର ବିଭିନ୍ନ ନାଟ୍ୟକାର ଭାଷ୍କର ମେହେଟା, ଉଗ୍ରସେନ୍‌ ଷଡ଼ଙ୍ଗୀ, ରାମପ୍ରସାଦ ଦାଶ, ଲଳିତ ପୁଜାରୀ, ମିଲି ବାରିକ, ସତ୍ୟବ୍ରତ ଆଚାର୍ଯ୍ୟ, ଜୟପ୍ରକାଶ ପୁଜାରୀ, ଅଧ୍ୟାପକ ଯତିନ୍ଦ୍ର ପଟେଲ, ଅଧ୍ୟାପକ ଶମ୍ଭୁପ୍ରସାଦ ଦାଶ, ବଲରାମ ରାଉତ, କିଶୋର ଜାଲ, ସୁରେନ୍ଦ୍ର ସେଠ୍‌, ନବଘନ ଦାଶ, ସୌମ୍ୟରଂଜନ ସାହୁ, ପ୍ରାଧ୍ୟାପକ ପରମେଶ୍ୱର ସିଂ ଓ ପ୍ରାଧ୍ୟାପକ ଓ ନିର୍ଦ୍ଦେଶକ ପ୍ରଶାନ୍ତ ଖମାରୀ ପ୍ରମୁଖ ସେମାନଙ୍କର ସୁଚିନ୍ତିତ ମତାମତ ଦେଇ ୨୫ ଗୋଟି ନାଟକ ସଫଳ କରିବା ପାଇଁ ଏକତାବଦ୍ଧ ହୋଇ କାର୍ଯ୍ୟ କରିବା ପାଇଁ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ । ପଶ୍ଚିମ ଓଡିଶାର ବିଭିନ୍ନ ନାମକରା ନାଟ୍ୟକାରଙ୍କ ନାଟକ ଗୁଡିକ ମଂଚସ୍ଥ କରିବା ପାଇଁ ପ୍ରସ୍ତାବ ଆଗତ କରାଯାଇଥିଲା । ଶେଷରେ ଅନୁଷ୍ଠାନର ସମ୍ପାଦକ ଲଳିତ ପୁଜାରୀ ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.