csstore

ଏସ୍‌ଏସ୍‌ଡି ହାଇସ୍କୁଲରେ ବିଦାୟ କାଳୀନ ସମ୍ବର୍ଦ୍ଧନା ତଥା ସ୍ବାଗତ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ ସ୍ଥିତ ନୃସିଂହନାଥ ଏସ୍‌ଏସ୍‌ଡି ହାଇସ୍କୁଲ ପରିସରରେ ଏକ ବିଦାୟ କାଳୀନ ସମ୍ବର୍ଦ୍ଧନା ସହ ସ୍ବାଗତ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପ୍ରଧାନ ଶିକ୍ଷୟିତ୍ରୀ ମୋହିନୀ ଦଳପତି ସଭାପତିତ୍ବ କରିଥିବା ବେଳେ ବରିଷ୍ଠ ସାମ୍ବାଦିକ ତଥା ସମାଜସେବୀ ବଡ ଶତପଥୀ ସମ୍ମାନିତ ଅତିଥି ଭାବରେ ଯୋଗଦାନ କରିଥିଲେ । ସଭାର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ ତଥା ମଞ୍ଚ ପରିଚାଳନା କରିଥିଲେ ଦୈତାରୀ ବିଶ୍ବାଲ । ସଭା ଆରମ୍ଭରୁ ପ୍ରଭୁ ନୃସିଂହନାଥଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ ସହ ଦୀପ ପ୍ର‌ଜ୍ୱଳନ କରାଯାଇଥିଲା । କୋଭିଡ କଟକଣାକୁ ନେଇ ୫୭ ଜଣ ୧୦ମ ଶ୍ରେଣୀ ଛାତ୍ର ଓ ଛାତ୍ରୀ ମାନେ ଗୋଟିଏ ଟେବୁଲରେ ଜଣେ ଲେଖାଏଁ ବସିଥିଲେ । ଦୀର୍ଘ ୭ ବର୍ଷ ଧରି ପ୍ରଧାନ ଶିକ୍ଷକ ରମେଶ ନାୟକ ଓ ୧୩ ବର୍ଷ ଧରି କାର୍ୟ୍ୟରତ ଥିବା ସୁଭାକର ମୁନାଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଦିଆଯାଇଥିଲା । ସେହିପରି ସୋମବାର ପ୍ରଧାନ ଶିକ୍ଷୟିତ୍ରୀ ଭାବରେ ମୋହିନୀ ଦଳପତି ଓ ବିଜୟ ଶଙ୍କର ଦେହୁରି ଓ ଆଶୁତୋଷ ସାହୁଙ୍କୁ ସହକାରୀ ଶିକ୍ଷକ ଭାବେ ଯୋଗଦାନ କରିଥିବାରୁ ସ୍ବାଗତ କରାଯାଇଥିଲା । ଦୀର୍ଘ ୬ ବର୍ଷ ହେବ ନୃସିଂହନାଥ ହାଇସ୍କୁଲର ସମସ୍ତ ଛାତ୍ରଛାତ୍ରୀ ଦଶମ ଶ୍ରେଣୀରେ ଉର୍ତ୍ତିର୍ଣ୍ଣ ହେଉଥିବାରୁ ତଥା ଚଳିତ ବର୍ଷ ମଧ୍ୟ ଛାତ୍ର ଛାତ୍ରୀ ମାନେ ଭଲ ନମ୍ବର ରଖି ପାସ କରିବେ ବୋଲି ନୂତନ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଦଳପତି ନିଜର ବକ୍ତବ୍ୟ ରଖିଥିଲେ । ବିଦ୍ୟାଳୟର ସମସ୍ତ କର୍ମଚାରୀ ମାନେ ଉପସ୍ଥିତ ଥିବା ବେଳେ ଶେଷରେ ଦୈତାରୀ ବିଶ୍ବାଳ ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.