
ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ଥାନା ପୋଲିସ ପକ୍ଷରୁ ନୂଆ ଅପରାଧ ଆଇନ (ଭାରତୀୟ ନ୍ୟାୟ ସଂହିତା) ସଚେତନତା କାର୍ଯ୍ୟକ୍ରମ ବରିଷ୍ଟ ସବ୍ଇନ୍ସପେକ୍ଟର କେଳୁ ଚରଣ ଜେନାଙ୍କ ଅଧ୍ୟକ୍ଷତାରେ ଥାନା ପରିସର ଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପ୍ରାକ୍ତନ ଜିଲ୍ଲା ପରିଷଦ ସଭ୍ୟ ଅଶୋକ ପ୍ରଧାନ, ଆଇନଜୀଵି ବସନ୍ତ ଦାଶ, ବିଚିତ୍ର ଭୂଷଣ ମହାପାତ୍ର, ହିମାଂଶୁ ଭୂଷଣ ପ୍ରଧାନ, ଅନଙ୍ଗ କୁମାର ସେନାପତି ପ୍ରମୁଖ ଯୋଗଦେଇ ୧୮୬୦ ମସିହା ବ୍ରୀଟିଶ ଅମଳରୁ ପ୍ରଣୟନ କରାଯାଇଥିବା ଆଇନକୁ ପରିବର୍ତ୍ତନ କରାଯାଇ ନୂତନ ଆଇନ ପ୍ରଣୟନ, ଭାରତୀୟ ନ୍ୟାୟ ସଂହିତା, ଭାରତୀୟ ସାକ୍ଷ୍ୟ ଅଧିନିୟମ , ଭାରତୀୟ ନାଗରିକ ସୁରକ୍ଷା ସଂହିତାରେ ଥିବା ବିଭିନ୍ନ ଦଫା ଓ ଉପ ଦଫା ଉପରେ ଆଲୋକପାତ କରିବା ସହିତ ଗାଁ ଏବଂ ଗୋଷ୍ଠୀ ସ୍ତରରେ ଲୋକଙ୍କୁ ସଚେତନ କରାଇ ଅପରାଧ ନିୟନ୍ତ୍ରିତ କରିବା ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ ବୋଲି କହିଥିଲେ । ଆଇନଜିବୀ କିଶୋର ପ୍ରଧାନ ମଞ୍ଚ ପରିଚାଳନାରେ କରିଥିବା ବେଳେ ଡେଲାଙ୍ଗ ଥାନାର ସମସ୍ତ ଷ୍ଟାଫ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ସମାଜସେବୀ କିଷାନ ପଟ୍ଟନାୟକ, ଡାକ୍ତର କ୍ଷେତ୍ରବାସୀ ପ୍ରଧାନ, ଦୁର୍ଯୋଧନ ସାହୁ, ଲଡ଼ୁ ରାୟ, ରବି ବାରିକ, ହରେକୃଷ୍ଣ ସ୍ୱାଇଁ ପ୍ରମୁଖ ଜନପ୍ରତିନିଧି, ବହୁ ବୁଦ୍ଧିଜୀବୀ ଏବଂ ଗଣମାଧ୍ୟମ ପ୍ରତିନିଧି ଯୋଗଦେଇ ନୂତନ ଅପରାଧି ଆଇନ ସମ୍ପର୍କରେ ମତ ବିନିମୟ କରିଥିଲେ ।
