pakka

ସଇଁନ୍ତଲା ଠାରେ ତାଲୁକା ସ୍ତରୀୟ ଆଇନସେବା ପ୍ରାଧିକରଣ ତଥା ରାଷ୍ଟ୍ରୀୟ ମହିଳା ଆୟୋଗ ସଚେତନତା ଶିବିର

bbehera

ସଇଁନ୍ତଲା, (ଅଜିତ କୁମାର ସାହୁ) : ଜିଲ୍ଲା ଆଇନସେବା ପ୍ରାଧିକରଣର ଅଧ୍ୟକ୍ଷ ଲୋକନାଥ ମହାପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆଜି ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବାଳିକା ଉଚ୍ଚ ବିଦ୍ୟାଳୟ(ନୂତନ) ପରିସରରେ ଜିଲ୍ଲା ଆଇନସେବା ପ୍ରାଧିକରଣ ଓ ସଇଁନ୍ତଲା ତାଳୁକ ସ୍ତରୀୟ ଆଇନସେବା ପ୍ରାଧିକରଣ ତଥା ରାଷ୍ଟ୍ରୀୟ ମହିଳା ଆୟୋଗ, ବଲାଙ୍ଗିରଙ୍କ ମିଳିତ ସହଯୋଗରେ ଘରୋଇ ହିଂସା, ମହିଳା ଓ ଶିଶୁ ମାନଙ୍କ ସୁରକ୍ଷା ନିମନ୍ତେ ଏକ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଥିଲା । ଏହି ଶିବିରରେ ଜିଲ୍ଲା ଆଇନସେବା ପ୍ରାଧିକରଣର ସଚିବ ଦେବାଶିଷ ଦାସ ସଭାପତିତ୍ୱ କରିବା ସହ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଆଇନସେବା ପ୍ରାଧିକରଣ ବିଷୟରେ ବିସ୍ତୃତି ବିବରଣୀ ମଧ୍ୟ ପ୍ରଦାନ କରିଥିଲେ । ପ୍ରାଧିକରଣ ଦ୍ଵାରା ମନୋନୀତ ମଞ୍ଜୁଶ୍ରୀ ସାହୁ ଓ ଯାଜ୍ଞସିନି ମହାନନ୍ଦ ମହିଳା ମାନଙ୍କ ସୁରକ୍ଷା ନିମିତ୍ତ ଭାରତୀୟ ସମ୍ବିଧାନରେ ପ୍ରଣୀତ ବିଭିନ୍ନ ବିଚାର ବିଭାଗୀୟ ଧାରା ସମ୍ବନ୍ଧରେ ସବିଶେଷ ତଥ୍ୟ ପ୍ରଦାନ କରିଥିଲେ । ପ୍ରଭାରୀ ଅଧିକାରୀ ପ୍ରୀତମ କୁମାର ତ୍ରିପାଠୀ, ଆଇନଜୀବୀ କୁଶଳ କୁମାର ପଟେଲ, ଅଭିଶାଳା କୁମାର ମୋଦୀ ପ୍ରମୁଖ ଆଇନସେବା ପ୍ରାଧିକରଣ ବିଷୟରେ ନିଜ ନିଜ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ସଇଁନ୍ତଲା ଜେଏମ୍‌ଏଫ୍‌ କୋର୍ଟର ବିଚାରପତି ତଥା ଆଇନସେବା ପ୍ରାଧିକରଣର ଅଧ୍ୟକ୍ଷ ପ୍ରଭାତ ସାମଲଙ୍କ ସହ ଟିଟିଲାଗଡ଼ ଅତିରିକ୍ତ ଉପଜିଲ୍ଲାପାଳ ଡ଼. ଲଳିତ ବାଗ, ଆଇନଜୀବୀ ସୁବୋଧ ମିଶ୍ର, ସ୍ଥାନୀୟ ସିଡ଼ିପିଓ ସବିତା ଦାସଙ୍କ ସମେତ ଅଙ୍ଗନବାଡି କର୍ମୀ ଓ ଶିକ୍ଷୟତ୍ରୀ ମାନେ ଉପସ୍ଥିତ ଥିଲେ ।

jay balangir
Leave A Reply

Your email address will not be published.

two × 5 =

error: Content is protected !!