ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପରିପ୍ରେକ୍ଷୀରେ ସଚେତନତା ସଭା

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଅବସରରେ ସୋନପୁର ସରକାରୀ ମହାବିଦ୍ୟାଳୟ ଓ ଜିଲ୍ଲା ଦୁର୍ନୀତି ବିଭାଗ ଆନୁକୂଲ୍ୟରେ ଦୁର୍ନୀତି ମୁକ୍ତ ସମାଜ ଗଠନ ତଥା ସ୍ୱଛତା ଓ ବ୍ୟବସ୍ଥିତ କରିବା ଉଦେଶ୍ୟରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସଚେତନତା ନିମିତ୍ତ ମହାବିଦ୍ୟାଳୟ ପରିସରରେ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ସଚେତନତା ସଭା ମହାବିଦ୍ୟାଳୟ ପ୍ରିନ୍ସିପାଲ ପ୍ରଫେସର ରାଜୀବ ଲୋଚନ ଆଚାର୍ଯ୍ୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ତୁଷାରକାନ୍ତ ମହାପାତ୍ର ଇନିସ୍ପେକ୍ଟର ଭିଜିଲାନ୍ସ, ତଥା ଅନ୍ୟତମ ଅତିଥି ଭାବେ ସୌରଭ ରଞ୍ଜନ ଖମାରୀ, ଓଡ଼ିଆ ଆଧ୍ୟପକ ଯୋଗଦାନ କରି ଛାତ୍ର ଛାତ୍ରୀଙ୍କୁ ଉଦବୋଧନ ଦେଇଥିଲେ । ଲେଫ୍ଟନାଣ୍ଟ ଆଶିଷ କୁମାର ଅଗ୍ରୱାଲ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ସଚେତନତା ସଭା ଅବସରରେ ମହାବିଦ୍ୟାଳୟ ତରଫରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ କୃତି ପ୍ରତିଯୋଗୀଙ୍କୁ ଅତିଥି ବୃନ୍ଦ ପୁରସ୍କୃତ କରିଥିଲେ । ସଭାରେ ମହାବିଦ୍ୟାଳୟର ଶତାଧିକ ଛାତ୍ର ଛାତ୍ରୀଙ୍କ ସହ ଆଧ୍ୟପକ ଅଧ୍ୟାପିକା ସମେତ ଦୁର୍ନୀତି ବିଭାଗ ଅଧିକାରୀ, କର୍ମଚାରୀ ପ୍ରମୁଖ ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.

three × four =