ଓଡ଼ିଆପାଲି ଗାଁରେ ଜବରଦଖଲ ଗୋଚର ଜମି ଉଦ୍ଧାର ପାଇଁ ପ୍ରଶାସନର ସଚେତନତା ସଭା

ଖପ୍ରାଖୋଲ, (ଅଶୋକ ବାଗ) : ଖପ୍ରାଖୋଲ ବ୍ଲକ୍ ଓଡ଼ିଆପାଲି ଗାଁରେ ରାଜସ୍ଵ ବିଭାଗ ଓ ପ୍ରାଣୀ ସମ୍ପଦ ବିଭାଗର ମିଳିତ ଉଦ୍ୟମରେ ଜବରଦଖଲ ଗୋଚର ଜମି ଉଦ୍ଧାର ପାଇଁ ସଚେତନତା ସଭା ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ସଭାରେ ଖପ୍ରାଖୋଲ ବ୍ଲକ୍ ପ୍ରାଣୀ ସମ୍ପଦ ଅଧିକାରୀ ଡ଼ା ସୁଜିତ କୁମାର ଶତପଥି ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ରୂପେ ଖପ୍ରାଖୋଲ ତହସିଲଦାର ଆଦିତ୍ୟ ପ୍ରସାଦ ମିଶ୍ର ଯୋଗଦେଇ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଆଲୋକପାତ କରିଥିଲେ । ଗୋଚର ଜମିକୁ ଉଦ୍ଧାର କରି ସବୁଜ ବାଡ଼ ଦେବା ସହ ପ୍ରାଣୀ ପାଳକ ମାନେ ଘାସ ଚାଷ କରିବା ଉପରେ ଆଲୋଚନା ହୋଇଥିଲା । ଏସ୍‌ଏଚ୍‌ଜି ମହିଳାମାନେ ମଧ୍ୟ ଗୋଚର ଜମିରେ ଅନ୍ୟ ଚାଷ କରି ରୋଜଗାର କରିବା ଉପରେ କହିଥିଲେ । ବୈଠକରେ ସରପଞ୍ଚ ପ୍ରତିନିଧି ସୁବାଷ ଛୁରା ସମେତ ଗ୍ରାମବାସୀ, ଏସ୍‌ଏଚ୍‌ଜି ମହିଳା ଉପସ୍ଥିତ ଥିଲେ ।

Leave A Reply

Your email address will not be published.