ଶାନ୍ତି ସ୍ଥାପନ ପାଇଁ ସଚେତନତା କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ରୋଟାରୀ କ୍ଲବ ଷ୍ଟିଲ ସିଟି ତରଫରୁ ସେକ୍ଟର ୬ ଗଞ୍ଜାମ ପଲ୍ଲୀ ଅଙ୍ଗନବାଡି କେନ୍ଦ୍ରଠାରେ ଶାନ୍ତି, ଦ୍ୱନ୍ଦ ତଥା ସମାଧାନ ଶୀର୍ଷକ ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ କ୍ଲବର ଅଧ୍ୟକ୍ଷା ରୋଟାରିଆନ ଆନାବେଲ ଡିସୌଜା କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିବା ସହ ସମସ୍ତଙ୍କୁ ସ୍ୱାଗତ କରିଥିଲେ । ନିଜ ଘରେ ଶାନ୍ତି ବଜାୟ ରଖିବା ପାଇଁ ଆହ୍ବାନ ଦେଇଥିଲେ । ମୁଖ୍ୟବକ୍ତା ରୋଟାରିଆନ କୁମାର ବେହେରା, ରୋଟାରିଆନ ଗୌରୀ ନାଗ, ଉପସଭାପତି ରୋଟାରିଆନ ସଂଧ୍ୟା ରାଣୀ ବରାଳ, ଡଃ ସରିତା ମଲ୍ଲ ପ୍ରମୁଖ ସେମାନଙ୍କ ବକ୍ତବ୍ୟରେ କହିଲେ ଯେ, ଶାନ୍ତି ସ୍ଥାପନ ନିଜ ଘରୁ ଆରମ୍ଭ ହେବା ଦରକାର । ସକାରାତ୍ମକ ମନୋଭାବ ନେଇ କାର୍ଯ୍ୟ କଲେ ତଥା ସ୍ୱାବଲମ୍ବି ହୋଇପାରିଲେ ଶାନ୍ତି ମିଳିଥାଏ । ବସ୍ତି ବାସିନ୍ଦା ଘରକୁ ସ୍ବଚ୍ଛ ରଖିବା ସହ କଳିତକରାଳ ଠାରୁ ଦୂରେଇ ରହିଲେ ସମାଜରେ ଶାନ୍ତି ପ୍ରତିଷ୍ଠା ସମ୍ଭବ ହୋଇଥାଏ । ଘରର ମା’ ବୋହୁ ତ୍ରିଶକ୍ତିର ଆଧାର ହୋଇଥିବାରୁ ସେମାନଙ୍କ ଶକ୍ତିକୁ ଉପଯୋଗ କରି ନିଜ ପରିବାରରେ ଶାନ୍ତି ରଖିବା ସହ ଅନ୍ୟମାନଙ୍କ ପାଇଁ ଉଦାହରଣ ହେବା ପାଇଁ ମତ ରଖିଥିଲେ । କ୍ଲବର ସହ ସଂପାଦିକା ରୋଟାରୀଆନ ଲଳିତା ମୁଦୁଲି ଧନ୍ୟବାଦ ଅର୍ପଣ କରିଥିବା ବେଳେ ଉପଦେଷ୍ଟା ରୋଟାରିଆନ ଡଃ ଅଞ୍ଜନା ମୈତ୍ର, ସଂପାଦକ ରୋଟାରିଆନ ପିଉ ଗୁହା, ରୋଟାରିଆନ ରାଜେନ୍ଦ୍ର ପ୍ରସାଦ, ରୋଟାରିଆନ କାବେରୀ ବାନାର୍ଜୀ, ରୋଟାରୀଆନ ଟୁନି ସାହୁ, ରୋଟାରିଆନ ଆଲେକଜାଣ୍ଡାର ଡିସୌଜା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.