jayashree

ସଚେତନତା କାର୍ଯ୍ୟକ୍ରମ : କବିର୍‌ କଲମେ ଭୋଟ ବାର୍ତା

  • ଲେଖକ ଓ ସାମ୍ବାଦିକ ବ୍ୟବସ୍ଥା ପରିବର୍ତନର ପ୍ରମୁଖ ବାର୍ତାବହ ଅଟନ୍ତି

ପଦ୍ମପୁର, (ନିରୋଜ କୁମାର ପାଣୀ) : ଗଣତନ୍ତ୍ର ପାଇଁ ମଧ୍ୟ ତ୍ୟାଗ ଆବଶ୍ୟକ । ରାଜନୈତିକ ବିକାରଗ୍ରସ୍ତ ମାନସୀକତାରେ ତାଳଦେବା ବର୍ତମାନ ସମୟର ଅହ୍ୱାନ ଅଟେ । ଗଣତନ୍ତ୍ରକୁ ସୁଦୃଢ କରିବା ଲାଗି କଲମର ଭୂମିକା ମଧ୍ୟ ସର୍ବକାଳୀନ ଅଟେ । ଲେଖକ ଓ ସାମ୍ବାଦିକମାନେ ପରିସ୍ଥିତି ସହିତ ତାଳ ଦେଉଛନ୍ତି ଏବଂ ପରିବର୍ତନର ପ୍ରମୂଖ ବାର୍ତାବହ ଅଟନ୍ତି ବୋଲି ଉତାଲଗଡ ସୃଜନ ଓ ପରବାସୀ କୁଟୁମ ଆୟୋଜନରେ ଅନଲାଇନ ମାଧ୍ୟମରେ ଆୟୋଜିତ “କବିର୍‌ କଲମେ ଭୋଟ ବାର୍ତା”ର ଦ୍ୱିତୀୟ ସିରିଜରେ ମତପ୍ରକାଶ ପଇଛି । କାର୍ଯ୍ୟକ୍ରମର ଆବାହକ ସୁଶାନ୍ତ ମିଶ୍ରଙ୍କ ସଭାପତିତ୍ୱରେ ଅନଲାଇନ ମାଧ୍ୟମରେ ସୋମବାର ଅନୁଷ୍ଠିତ ଏହି ସଚେତନ ଧର୍ମୀ କାର୍ଯ୍ୟକ୍ରମରେ ବିଶିଷ୍ଟ ଚାଷୀନେତା ଲିଙ୍ଗରାଜ ଓ ବରିଷ୍ଠ ସାମ୍ବାଦିକ ଲକ୍ଷ୍ମୀନାରାୟଣ ହୋତା ଅତିଥି ଭାବରେ ଯୋଗଦାନ କରି ସାଂପ୍ରତିକ ସ୍ଥତିର ପ୍ରାସଙ୍ଗିକ ବିଚାର ମୂଳକ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ଅବସରରେ କବି ହରିଲାଲ ସାହୁ, ମୁନିରାମ କୁମ୍ଭାର, ରାମପ୍ରସାଦ ବାଗ, ଯୁବରାଜ କୁଦେଇ ପ୍ରମୁଖ କବିତା ଆବୃତି କରିଥିଲେ । ଆଳୋଚକ ସପନ ମିଶ୍ର କବିତାମାନଙ୍କର ସମୀକ୍ଷା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଦିଲ୍ଲିପ କୁମାର ଦେବତା, ସଙ୍ଗିତା ଷଢଙ୍ଗି, ବିଶ୍ୱଭାରତୀ ମିଶ୍ର, ମନୋଜ ପଣ୍ଡା ପ୍ରମୁଖ ଅଳୋଚନାରେ ଅଂଶ ଗ୍ରହଣ କରିଥିଲେ । କାର୍ଯ୍ୟକ୍ରମରେ ସଂପାଦକ ଉମାକାନ୍ତ ଭୋଇ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବା ବେଳେ କଣ୍ଠଶିଲ୍ପୀ ଅଜିତ ପାଣିଗ୍ରାହୀ ଚେତନାଧର୍ମୀ ପ୍ରାରମ୍ଭିକ ସଂଗୀତ ଗାନ କରିଥିଲେ । କାର୍ଯକ୍ରମରେ ବିଭିନ୍ନ ଜିଲ୍ଲାରୁ କବି, ସାହିତ୍ୟିକ ତଥା ବୁଦ୍ଧିଜୀବୀମାନେ ଯୋଗଦେଇଥିଲେ । ଶେଷରେ କବୟିତ୍ରୀ ମାନିନୀ ମେହେର ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.