om academy

ରାଜବୋଡାସମ୍ବର ୧ ନମ୍ବର ଜୋନ୍ ବିଜେପିର ଜିଲ୍ଲା ପରିଷଦ ପ୍ରାର୍ଥନୀଙ୍କ ପାଇଁ ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତଙ୍କ ଭୋଟ ପ୍ରଚାର

jsm

ପଦ୍ମପୁର, (ନିରୋଜ କୁମାର ପାଣୀ) : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଯେତିକି ପାଖେଇ ଆସୁଛି ରାଜବୋଡାସମ୍ବର ବ୍ଲକ ବରିକେଲ ମଣ୍ଡଳ ନିର୍ବାଚନ ପ୍ରଚାରରେ ସେତିକି ଉଷ୍ମତା ବଢ଼ିବାକୁ ଲାଗିଛି । ରାଜବୋଡାସମ୍ବର ୧ ନମ୍ବର ଜୋନ୍ ବିଜେପି ଜିଲ୍ଲା ପରିଷଦ ପ୍ରାର୍ଥନୀ ଶ୍ରୀମତୀ ସରସ୍ବତୀ ସାହୁ ଓ ବରିକେଲ ପଞ୍ଚାୟତ ବିଜେପି ସମର୍ଥିତ ସରପଞ୍ଚ ପ୍ରାର୍ଥୀ ଦିନେଶ କୁମାର ସେଠ, ସମିତି ସଭ୍ୟା ପ୍ରାର୍ଥିନୀ ଶ୍ରୀମତୀ ଚତ୍ତୁରା ସେଠଙ୍କ ପାଇଁ ଆଜି ପୂର୍ବତନ ବିଧାୟକ ତଥା ବିଜେପି ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ କୁମାର ପୁରୋହିତ ଜୋନ୍ ନଂ ୧ର ପଟାମୁଣ୍ଡା, ବରିକେଲ, ସିଂଙ୍ଗନପୁର, ଚାରପାଲି ଚିତାଖୋଲ, ଭେଉଁରିଆ ଓ ବୁଦ୍ଧାପାଲି ଆଦି ଅଞ୍ଚଳରେ ଡୋର ଟୁ ଡୋର ଯାଇ ଭୋଟ ଭିକ୍ଷା କରିବା ସହ ନିର୍ବାଚନୀ ସଭା ଅନୁଷ୍ଠିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲୋକାଭିମୁଖୀ ଜନହିତକର ଯୋଜନାକୁ ପାଥେୟ କରି ଭୋଟ କରିଥିବା ବେଳେ ଗ୍ରାମାଞ୍ଚଳରେ କେନ୍ଦ୍ର ସରକାରଙ୍କ ଯୋଜନା ପହଞ୍ଚାଇବା ପାଇଁ ଲୋକଙ୍କ ନ୍ୟାୟ ଅଧିକାର ପାଇଁ ଲଢେଇ କରିବା ସହ ସେବା କରିବା ପାଇଁ ବିଜେପିର ଜିଲ୍ଲା ପରିଷଦ ପ୍ରାର୍ଥିନୀ ସରସ୍ବତୀ ସାହୁ ଓ ବରିକେଲ ପଞ୍ଚାୟତ ବିଜେପି ସମର୍ଥିତ ସରପଞ୍ଚ ପ୍ରାର୍ଥୀ ଦିନେଶ କୁମାର ସେଠ, ସମିତି ସଭ୍ୟା ପ୍ରାର୍ଥିନୀ ଶ୍ରୀମତୀ ଚତ୍ତୁରା ସେଠଙ୍କୁ ଜିତାଇବା ପାଇଁ ଭୋଟ ଭିକ୍ଷା କରିଛନ୍ତି । ଏଥିରେ ବରିକେଲ ମଣ୍ଡଳ ସଭାପତି ସୌକିଲାଲ ସାହା, କୁନାଲ ପାଣିଗ୍ରାହୀ, ଗୋଲକ ମେହେର, ଇନ୍ଦ୍ରଜିତ ପାତ୍ର, ରାଜେଶ ସାହୁ, ଅନନ୍ତ ସାହୁ, ସୌକିଲାଲ ବାରିକ, ଅଖିଳ ପୁରୋହିତ, ମଣ୍ଟୁ ପାଣ୍ତେ, ହରେକୃଷ୍ଣ ପାତ୍ର, ଜନାର୍ଦ୍ଦନ ବେହେରାଙ୍କ ସମେତ ଶତାଧିକ ମହିଳା ପୁରୁଷ ବିଜେପି କର୍ମୀ ଯୋଗ ଦେଇଥିଲେ ।

Leave A Reply

Your email address will not be published.

1 × 1 =