csstore

ରାମଚଣ୍ଡୀ ପୀଠରେ ବିଶାଳ ସ୍ୱଚ୍ଛ ଭାରତ ଓ ସଚେତନତା କାର୍ଯ୍ୟକ୍ରମ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : କରପଡା ପଞ୍ଚାୟତ ଅନ୍ତର୍ଗତ ନୀଳାଦ୍ରୀପୁର ଗ୍ରାମରେ ଶୁକ୍ରବାର ପୂର୍ବାହ୍ନରେ ବିଶାଳ ସ୍ୱଚ୍ଛତା ଅଭିଯାନ ଅନୁଷ୍ଠିତ ହୋଇଯାଇଛି । ଯାହାକି ମା’ ରାମଚଣ୍ଡୀ ପାହାଡ଼ ନିକଟସ୍ଥ ନୀଳାଦ୍ରିପୁର ଗ୍ରାମ ପରିସରରେ ଏକ ବିଶାଳ ସ୍ୱଚ୍ଛତା କାର୍ଯ୍ୟକ୍ରମ କରାଗଲା । ଯାହାଫଳରେ ଏହି ମନ୍ଦିର ପ୍ରାଙ୍ଗଣ ତଥା ପୀଠ ପରିସରରେ ସବୁଜିମା ଭରା ଜଙ୍ଗଲ ଆଦିର ଶୋଭାବର୍ଦ୍ଧନ ହୋଇପାରିଛି । ପରିଷ୍କାର ପରିଚ୍ଛନ୍ନତା ଦେଖାଦେଇଛି । ଏହି କାର୍ଯ୍ୟକ୍ରମରେ ମନ୍ଦିର ପୂଜା କମିଟି, ପରିଚାଳନା କମିଟି ଓ ଛତ୍ରପୁର ଓଏସ୍‌ଏପି ଅଷ୍ଟମ ବଟାଲିୟନର ଅଧିକାରୀ ଓ କର୍ମଚାରୀଙ୍କ ମିଳିତ ଉଦ୍ୟମରେ ନୀଳାଦ୍ରିପୁର ଗ୍ରାମ ଛକ ଓ ରାମଚଣ୍ଡୀ ମନ୍ଦିରର ମୁଖ୍ୟ ରାସ୍ତା ଉପରେ ଗାଈଗୋରୁ ମାନଙ୍କ ଯୋଗୁଁ ହେଉଥିବା ପରିମଳ ଅବ୍ୟବସ୍ଥା ଏବଂ ପର୍ଯ୍ୟଟକମାନଙ୍କ ଯାତାୟାତ ଅସୁବିଧାକୁ ଦୃଷ୍ଟିରେ ରଖି ନୀଳାଦ୍ରିପୁର ଗ୍ରାମର ଗ୍ରାମ୍ୟ କମିଟିଙ୍କ ଉପସ୍ଥିତିରେ ଗାଈ ରଖିଥିବା ଗୌଡ଼ମାନଙ୍କୁ ସଚେତନ କରାଯାଇଥିଲା । ଏଥି ସହ ଆଗକୁ ଗାଈଗୋରୁ ଖୋଲା ନଛାଡିବା ପାଇଁ ସଚେତନତା ବାର୍ତ୍ତା ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମରେ ପୂଜା କମିଟି ସଭାପତି ସିଏଚ୍‌ ଦୟାନନ୍ଦ ରେଡ୍ଡୀଙ୍କ ସଭାପତିତ୍ୱରେ ପୂଜା କମିଟି ଉପଦେଷ୍ଟା ତ୍ରିପତି ବାଲାଜୀ ମିଶ୍ର, ଉପସଭାପତି ଦିବାକର ନାୟକଙ୍କ ନେତୃତ୍ୱରେ ଶଙ୍କର ନାୟକ, ରାଜନ ବେହେରା, କୁଞ୍ଜ ନାୟକ, ରାମକୃଷ୍ଣ ରାଉଳ, ରୁଦ୍ର ମିଶ୍ର, ବିମ୍ବାଧର ଚର୍ତ୍ତୀ, ସୁଧୀର ମହାରଣା, ବଂଶୀଧର ନାୟକ, ବରୁଣ ଚୌଧୁରୀଙ୍କ ସହିତ ନୀଳାଦ୍ରୀପୁର ଗ୍ରାମର ଶତାଧିକ ଗ୍ରାମବାସୀ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.