pakka

ବ୍ରହ୍ମପୁର ବିଶ୍ୱ ବିଦ୍ୟାଳୟରେ କ୍ୟାନ୍‌ସର ସମ୍ବନ୍ଧୀୟ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ

bbehera

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ବିଶ୍ୱ ବିଦ୍ୟାଳୟରେ କ୍ୟାନ୍‌ସର ଜନିତ ସଚେତନତା ଏକ କାର୍ଯ୍ୟକ୍ରମ ଗତ ଶୁକ୍ରବାର ଆୟୋଜିତ ହୋଇଯାଇଛି । ବ୍ରହ୍ମପୁର ବିଶ୍ଵ ବିଦ୍ୟାଳୟର ମହିଳା ଅଧ୍ୟୟନ ଗବେଷଣା କେନ୍ଦ୍ର ସହ ମିଳିତ ଭାବରେ ସାନ୍ ଏବଂ ନିଲ୍ ଫାଉଣ୍ଡେସନ ଏବଂ ଏଚ୍‌ଜିସି ପଣ୍ଡା କ୍ୟାନ୍ସର ହସ୍ପିଟାଲ୍, କଟକ ଦ୍ଵାରା ଏହା ଅନୁଷ୍ଠିତ ହୋଇଥିଲା । ଯାହାର ବିଷୟବସ୍ତୁ ଥିଲା କର୍କଟ ସମ୍ବନ୍ଧୀୟ ତଥ୍ୟ । ଦିନ ପ୍ରାୟ ତିନି ଘଟିକା ସମୟରେ ବିଶ୍ଵବିଦ୍ୟାଳୟର ନୂତନ ସମ୍ମିଳନୀ କକ୍ଷରେ ଏହା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ସୁଶାନ୍ତ କୁମାର ବରାଳ ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ଏଚ୍‌ଜିସି ପଣ୍ଡା କ୍ୟାନ୍‌ସର ହସ୍ପିଟାଲ କେନ୍ଦ୍ରରେ କାର୍ଯ୍ୟରତ ଡକ୍ଟର ଗୋପାଳ ମହାନ୍ତି ଯୋଗ ଦେଇଥିଲେ । ରଶ୍ମିରେଖା ଜେନା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ବିଶ୍ଵବିଦ୍ୟାଳୟର ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ସୁଶାନ୍ତ କୁମାର ବରାଳ ସ୍ୱାଗତ ଭାଷଣ ଦେଇ କାର୍ଯ୍ୟକ୍ରମକୁ ଆରମ୍ଭ କରିଥିଲେ । ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିବା ଡକ୍ଟର ଶ୍ରୀ ମହାନ୍ତି କର୍କଟ ସଚେତନତା ବିଷୟରେ ସମ୍ବୋଧିତ କରିଥିଲେ । ତାଙ୍କ କହିବା ଅନୁଯାୟୀ ସଚେତନତା ମାଧ୍ୟମରେ ଏବଂ ଆମେ ଖାଉଥିବା ଖାଦ୍ୟ ପେୟର ଡାଏଟ୍ ଜରିଆରେ ଆମେ ୪୦% କ୍ୟାନ୍ସରକୁ ରୋକିପାରିବା । ଏହା ସଙ୍ଗେ ସଙ୍ଗେ ସେ କ୍ୟାନ୍ସରକୁ ଏକ ସ୍ପର୍ଶଜନିତ ରୋଗ ନୁହେଁ ବୋଲି କହି ଯୁକ୍ତି ବାଢ଼ି ଏହା ଏକ ଜେନେଟିକ୍ସ ରୋଗ ବୋଲି କହି ଏହାର କିପରି ନିରାକରଣ କରି ହେବ ସେ ଉପରେ ନିଜର ମତାମତ ଉପସ୍ଥାପନ କରିଥିଲେ । ଏହା ପରେ ସାନ୍ ଆଣ୍ଡ ନିଲ୍ ଫାଉଣ୍ଡେସନ ଅଧ୍ୟକ୍ଷ ଧର୍ମା ରାଓ କ୍ୟାନ୍‌ସର ଭଳି ଘାତକ ରୋଗ ଉପରେ ନିଜର ମତାମତକୁ ଅତି ସଂକ୍ଷିପ୍ତରେ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଅତିଥିମାନଙ୍କୁ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ସୁଶାନ୍ତ କୁମାର ବରାଳଙ୍କ ଦ୍ଵାରା ସମ୍ବର୍ଦ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମଟି ବିଶ୍ଵ ବିଦ୍ୟାଳୟର ମହିଳା ଅଧ୍ୟୟନ ବିଭାଗ ଗବେଷଣା କେନ୍ଦ୍ରର ନିର୍ଦ୍ଦେଶିକା ଡ଼. ବନ୍ଦିତା କୁମାରୀ ପଣ୍ଡାଙ୍କ ତ୍ଵତ୍ତ୍ୱାବଧାନରେ ପରିଚାଳିତ କରାଯାଇଥିଲା । ପରିଶେଷରେ ଅଧ୍ୟାପିକା ବାଗ୍ମୀ ପ୍ରିୟଦର୍ଶିନୀ ଧନ୍ୟବାଦ୍ ଅର୍ପଣ କରି କାର୍ଯ୍ୟକ୍ରମକୁ ସମାପ୍ତ କରିଥିଲେ । ଏହି କ୍ୟାନ୍‌ସର ସଚେତନତା କାର୍ଯ୍ୟକ୍ରମରେ ବିଶ୍ଵ ବିଦ୍ୟାଳୟର ବିଭିନ୍ନ ବିଭାଗର ଅଧ୍ୟାପକ, ଅଧ୍ୟାପିକାଙ୍କ ସମେତ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀମାନେ ଯୋଗଦେଇ ଏହି ସଚେତନତା କାର୍ଯ୍ୟକ୍ରମକୁ ସଫଳ ମଣ୍ଡିତ କରିଥିଲେ ।

jay balangir
Leave A Reply

Your email address will not be published.

four × three =