csstore

ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟରେ ଆର୍ଥିକ ସ୍ୱାକ୍ଷର ଏବଂ ସଚେତନତା କାର୍ଯ୍ୟକ୍ରମ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ମହାବିଦ୍ୟାଳୟର ସମ୍ମିଳନୀ ପ୍ରକୋଷ୍ଠରେ ଅଧ୍ୟକ୍ଷ ଲଳିତ ମୋହନ ପଣ୍ଡାଙ୍କ ସଭାପତିତ୍ୱରେ ଏକ ଆର୍ଥିକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅଧ୍ୟକ୍ଷ ପଦ୍ମପୁର ଷ୍ଟେଟ୍ ବ୍ୟାଙ୍କର ସମସ୍ତ ବିଭାଗର ଅଧିକାରୀମାନଙ୍କୁ ସ୍ୱାଗତ କରି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଅର୍ଥନୀତି ବିଭାଗର ପ୍ରଧ୍ୟାପକ ଡ଼. ବିରଞ୍ଚି ସାହୁ ଆର୍ଥିକ ସ୍ୱାକ୍ଷର ଏବଂ ସଚେତନତାର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ଷ୍ଟେଟ୍ ବ୍ୟାଙ୍କର ମୁଖ୍ୟ ଅଧିକାରୀ ବିକ୍ରମ କୁମାର ସାହୁ ବିସ୍ତୀର୍ଣ୍ଣ ଭାବରେ ବ୍ୟାଙ୍କର ବିଭିନ୍ନ ଦିଗର ସଚେତନତା, ସାଇବର୍ କ୍ରାଇମ, ଜମା ଏବଂ ବିଭିନ୍ନ ଲାଭଦାୟକ ନିବେଶ ଉପରେ ଆଲୋକପାତ କରିଥିଲେ । ଅନ୍ୟତମ ଅଧିକାରୀ ସମ୍ଭୀତ କୁମାର ଦାସ ବ୍ୟାଙ୍କର ବିଭିନ୍ନ ଲାଭଦାୟକ ଯୋଜନା ଉପରେ ଆଲୋଚନା କରିଥିଲେ । ଗ୍ରାହକ ସେବା ଅଧିକାରୀ ଦେବାଶିଷ ଦାସ ଏବଂ ବୀମା ଅଧିକାରୀ ଅବଦୁଲ ବିଭିନ୍ନ ବୀମାର ଉଦ୍ଦେଶ୍ୟ ଏବଂ ସୁଫଳ ଉପରେ ଆଲୋକପାତ କରିଥିଲେ । ଉପରୋକ୍ତ କାର୍ଯ୍ୟକ୍ରମରେ ଅଧ୍ୟାପକ ନବକୃଷ୍ଣ ମିଶ୍ର, ପ୍ରଭାତ କୁମାର ମହାପାତ୍ର, ଖଗେଶ୍ୱର ଦାସ, ପ୍ରମୋଦ କୁମାର ତ୍ରିପାଠୀ, ତୋଷବନ୍ତ ବାରିକ, ଓମ୍ ପ୍ରକାଶ ସତ୍ନାମୀ, ଅଧ୍ୟାପିକା ଡ଼. ମମତାମାୟୀ ଗୁରୁ, ବୁନି ସାହୁ, ମୁଖ୍ୟ କିରାଣୀ ରାଧା ପଣ୍ଡା ଏବଂ ମହାବିୟାଳୟର ସମସ୍ତ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ । ଶେଷରେ ଅଧ୍ୟାପକ ନବକୃଷ୍ଣ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.