ବଲାଙ୍ଗିର ପୁଲିସ ତରଫରୁ ଫ୍ଲାଗ ମାର୍ଚ୍ଚ : ନିର୍ବାଚନ ପାଇଁ ଜୋରସୋର ପ୍ରସ୍ତୁତି

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଗକୁ ନିର୍ବାଚନ ରହିଥିବା ବେଳେ ପ୍ରସ୍ତୁତି ଜୋରସୋରରେ ଚାଲିଛି । ବିଭିନ୍ନ ସରକାରୀ କର୍ମଚାରୀମାନଙ୍କୁ ନେଇ ସ୍ଥାନୀୟ ମହିଳା ମହାବିଦ୍ୟାଳୟରେ ତାଲିମ କାର୍ଯ୍ୟକ୍ରମ କରାଯାଇଥିବା ବେଳେ ବଲାଙ୍ଗିର ପୁଲିସ ତରଫରୁ ଫ୍ଲାଗ ମାର୍ଚ୍ଚ କରାଯାଇଛି । ବଲାଙ୍ଗିର ପୁଲିସ ସହରରେ ଫ୍ଲାଗ ମାର୍ଚ୍ଚ କରିଛି । ଅତିରିକ୍ତ ଆରକ୍ଷୀ ଅଧିକ୍ଷକଙ୍କ ନେତୃତ୍ୱରେ ଏହି ଫ୍ଲାଗ ମାର୍ଚ୍ଚ କରାଯାଇଥିଲା । ଏଥିରେ ସିଆଇଏସ୍‌ଏଫ୍, ରିଜର୍ଭ ପୁଲିସ ଓ ଅନ୍ୟମାନେ ସାମିଲ ଥିଲେ । ସ୍ଥାନୀୟ ଟାଉନ ଥାନାରୁ ଫ୍ଲାଗ ମାର୍ଚ୍ଚ ଆରମ୍ଭ କରି ଡେଲି ମାର୍କେଟ, ମେଡିକାଲ ରୋଡ, ସୁଦପଡା, ରେଲୱେ ଷ୍ଟେସନ ରୋଡ, ଆର୍‌ଟିଓ ଅଫିସ, ପେଲେସ ଲାଇନ, ଚିଲ୍ଡଡ୍ରେନ ପାର୍କ ଦେଇ ସହର ପରିକ୍ରମା କରିଥିଲା । ସାଧାରଣ ନିର୍ବାଚନକୁ ଆଉ କମ୍‌ ଦିନ ରହିଥିବା ବେଳେ ପୁଲିସ ତରଫରୁ ମଧ୍ୟ ପ୍ରସ୍ତୁତି ଆରମ୍ଭ ହୋଇଥିବା ଏବେ କୁହାଯାଉଛି ।

Leave A Reply

Your email address will not be published.

seventeen − 1 =