csstore

ପଞ୍ଚାୟତସ୍ତରୀୟ ଆମ ଓଡ଼ିଶା ନବୀନ ଓଡ଼ିଶା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

କଳାହାଣ୍ଡି, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ଅନ୍ତର୍ଗତ ଅଲାତରା ପଞ୍ଚସଖା ହାଇସ୍କୁଲ ଖେଳ ପଡିଆରେ ଆମ ଓଡ଼ିଶା ନବୀନ ଓଡ଼ିଶା ସଚେତନତା କାର୍ଯ୍ୟକ୍ରମ ସରପଞ୍ଚ ସଶ୍ମିତା ନାଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ପୁଷ୍ପେନ୍ଦ୍ର କୁମାର ସିଂହଦେଓ, ସମ୍ମାନିତ ଅତିଥି ଭାବେ ସହକାରୀ ଯନ୍ତ୍ରୀ ବଲବିନ୍ଦର ସିଂ ଯାଦବ, ସମାଜସେବୀ ବିକାଶ ରଞ୍ଜନ ସିଂହ, ନାଏବ ସରପଞ୍ଚ ଦୟାନିଧି ଦଣ୍ଡିଆ, ସମିତି ସଭ୍ୟା ଲକ୍ଷ୍ମୀ କୁମାର, ପଞ୍ଚସଖା ହାଇସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ଶକୁନ୍ତଳା ମିଶ୍ର, ଅଶୋକ ବିଶ୍ୱାଳ, ପ୍ରଗତୀବାଦୀ ଡିଜିଏମ କମ୍ଭୁପାଣି ମିଶ୍ର, ପଶ୍ଚିମ ଓଡ଼ିଶା ଜୋନାଲ ହେଡ ଉଦ୍ଧବ ପଣ୍ଡା, ସାମ୍ବାଦିକ ପ୍ରଦୀପ କୁମାର ସାହୁ, (ପିଇଓ) ଚଞ୍ଚଳ ହରିଜନ ପ୍ରମୁଖ ଯୋଗ ଦେଇ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିବା ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା ଓ ଅତିଥିମାନେ ରାଜ୍ୟ ସରକାରଙ୍କ ଲୋକାଭିମୁଖୀ ଯୋଜନାର ସଚେତନତା ବାର୍ତ୍ତା ଦେଇଥିଲେ । ମଞ୍ଚ ପରିଚାଳନା କରିଥିଲେ ବରିଷ୍ଠ ସାମ୍ବାଦିକ ତଥା ସାହିତ୍ୟିକ ହେମନ୍ତ କୁମାର ସାହୁ ଓ ଧନ୍ୟବାଦ ଦେଇଥଲେ ଯୋଗାଣ ସହାୟକ ସୁଶାନ୍ତ ବଗର୍ତ୍ତି । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଷ୍ଟଲ ଖୋଲା ଯାଇଥିଲା । ଏଥିରେ ଏମ୍‌ବିକେ, ୱାର୍ଡ ସଭ୍ୟ, ସଭ୍ୟା, ସିଆର୍‌ପି, ପ୍ରାଣୀମିତ୍ର, କୃଷିମିତ୍ର, ସ୍ୱୟଂ ସହାୟକ ମହିଳା ଗୋଷ୍ଠୀ ଓ ପଞ୍ଚାୟତ ବାସୀ ଯୋଗ ଦେଇଥିଲେ ।

jayashree
Leave A Reply

Your email address will not be published.