pakka

ବଲାଙ୍ଗିର ପୃଥ୍ୱୀରାଜ ହାଇସ୍କୁଲରେ ଅଷ୍ଟମରୁ ଦଶମ ଛାତ୍ରଙ୍କୁ ନେଇ ଗ୍ରାହକ ଜାଗରଣ ପକ୍ଷରେ ସଚେତନତା କାର୍ଯ୍ୟକ୍ରମ

bbehera

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଖାଉଟି ଜାଗରଣ ପକ୍ଷ ପାଳନ ଅବସରରେ ଆଜି ପୃଥ୍ୱୀରାଜ ହାଇସ୍କୁଲ ଅଷ୍ଟମରୁ ଦଶମ ଶ୍ରେଣୀ ଛାତ୍ରମାନଙ୍କୁ ନେଇ ଖାଉଟି ସଚେତନତା ଉପରେ ତାଲିମ ଦିଆଯାଇଥିଲା । ଅଖିଳ ଭାରତୀୟ ଗ୍ରାହକ ପଞ୍ଚାୟତ ବଲାଙ୍ଗିର ଜିଲ୍ଲା ସଭାପତି ଗୋପବନ୍ଧୁ ଶତପଥିଙ୍କ ପୌରାହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ରାଜ୍ୟ ଉପସଭାପତି ଶିଶିଭୂଷଣ ପୁରୋହିତ ଉପସ୍ଥିତ ରହି ଶିକ୍ଷକ ଓ ଛାତ୍ରମାନଙ୍କୁ ଆଇନରେ ଖାଉଟିମାନଙ୍କ ପାଇଁ ଥିବା ବ୍ୟବସ୍ଥାର ସୂଚନା ଦେଇ ଆମେ କିପରି ଏହାକୁ ଉପଯୋଗ କରିବା ପାରିବା ତାହା ସେ କହିଥିଲେ । ନୂତନ ପରିବର୍ତ୍ତିତ ଆଇନରେ ବିନା ଖର୍ଚ୍ଚ କରି ବିନା ଓକିଲ ସହାୟତାରେ ନିଜର ହକ୍‌ କ୍ଷତିପୂରଣ ପାଇପାରିବ ବୋଲି ସେ କହିଥିଲେ । ରାଜ୍ୟ ପ୍ରଚାର ପ୍ରସାର ପ୍ରମୁଖ ଇଂ. କିଶୋର ମୋହନ ମିଶ୍ର ଅଖିଳ ଭାରତୀୟ ଗ୍ରାହକ ପଞ୍ଚାୟତର କାର୍ଯ୍ୟଶୈଳୀ କହିବା ସହ ସଭ୍ୟମାନେ ଜିଲ୍ଲାର ଓ ସମାଜର ଉନ୍ନତିକରଣ ଦିଗରେ କିପରି ସହାୟକ ହୋଇ ପାରିଛନ୍ତି ତାହାର ବିବରଣୀ ଦେଇଥିଲେ । ଘର ପରିବାର ଖାଉଟି କାମରେ ସଚେତନତା କାହିଁକି ଆବଶ୍ୟକ ରହିଛି ତାହା ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ ଶ୍ରୀ ଶତପଥି । ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ସନ୍ତୋଷିନୀ ସେଠି ତାଙ୍କର ବକ୍ତବ୍ୟରେ ଖାଉଟି ସଚେତନ ରହିଲେ ଆମେ ଦୈନନ୍ଦିନ ଜୀବନରେ ପଦେ ପଦେ ସୁରକ୍ଷିତ ରହିପାରିବା ଏ ଦିଗରେ କାମ କରୁଥିବା ପଞ୍ଚାୟତର ଏହି କାର୍ଯ୍ୟକ୍ରମ ସମସ୍ତଙ୍କ ପାଇଁ ଉପାଦେୟ ବୋଲି କହିଥିଲେ । ଆରମ୍ଭରେ ଶିକ୍ଷକ ରାମ ଗୋପାଳ ଖମାରୀ ଶର୍ମା ସ୍ୱାଗତ ଭାଷଣରେ କାର୍ଯ୍ୟକ୍ରମର ସୂଚନା ଦେଇଥିଲେ । ଛାତ୍ର ସୋମନାଥ ମହାଣା ବୈଠକ ଦ୍ୱାରା ସେ କିପରି ସଚେତନ ହେଲେ କ’ଣ ଜାଣିଲେ ତାହା ବର୍ଣ୍ଣନା କରିଥିଲେ । ଆରମ୍ଭରେ ସ୍ୱାମୀ ବିବେକାନନ୍ଦ ଭାରତ ମାତାଙ୍କ ପୂଜନ ପରେ ଓକାଁର ଧ୍ୱନିରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ।

Leave A Reply

Your email address will not be published.

twelve − 7 =