pakka

ମୋତିପାଲି ଗ୍ରାମରେ ଲକ୍ଷ୍ମୀ ପୂଜା ସମାପନ

bbehera

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ବରତୁଣ୍ତା ଗ୍ରାମ ପଞ୍ଚାୟତ ମୋତିପାଲି (ଧରୁଆ ପଡା) ଠାରେ ଦୁଇଦିନ ଧରି ମା’ ଲକ୍ଷ୍ମୀଙ୍କ ପୂଜା ମହାସମାରୋହରେ ପାଳିତ ହୋଇଯାଇଛି । ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ମଧ୍ୟ ମା’ ଲକ୍ଷ୍ମୀଙ୍କ ପୂଜାକୁ ଧରୁଆପଡା ଓ ମଲ୍ଲିକପଡା ମିଳିତ ଉଦ୍ୟମରେ ପୂଜା କାର୍ଯ୍ୟ ସମାପନ ହୋଇଯାଇଛି । ପୂଜାରେ କର୍ତ୍ତା ଭାବେ ପ୍ରଭୃଲାଲ ଧରୁଆ ଓ ତାଙ୍କର ଧର୍ମପତ୍ନୀ ବସିଥିବା ବେଳେ ପଣ୍ଡିତ ଗୋଲାପ ଦାସ ପୂଜାର୍ଚ୍ଚନା କରିଥିଲେ । ପୂଜା କମିଟି ମଦନ ଭୁଏ, ଗଙ୍ଗାଧର ମଲ୍ଲିକ, ଧନୁଞ୍ଜୟ ମଲ୍ଲିକ, ଦାମୋଦର ମଲ୍ଲିକ, ଟିକେଶ୍ଵର ମଲ୍ଲିକ, ଡମ୍ବରୁ ଧରୁଆ, ଜଳଧର ମଲ୍ଲିକ ପ୍ରମୁଖ ସମଗ୍ର କାର୍ୟ୍ୟକ୍ରମ ସହଯୋଗ କରିଥିଲେ । ଦୀର୍ଘ ବର୍ଷ ଧରି ଏହି ଗ୍ରାମରେ ମା ଲକ୍ଷ୍ମୀଙ୍କ ପୂଜା ଅନୁଷ୍ଠିତ ହେଉଅଛି । ଗନ୍ଧମାର୍ଦ୍ଦନ ତଳେ ଥିବା ଏହି ଛୋଟିଆ ଗ୍ରାମ ହୋଇଥିଲେ ମଧ୍ୟ ଏଠାରେ ମା’ଙ୍କର ପୂଜାର୍ଚ୍ଚନା ହେଉଅଛି ।

Leave A Reply

Your email address will not be published.

10 + thirteen =