csstore

ନିର୍ମାଣ ଶ୍ରମିକ ସଂଗଠନର ସଭାପତି ହେଲେ ଇଜୁ ଆମିନ ଖାନ୍

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସ୍ଥିତ ଗୌରିଶଙ୍କର ମନ୍ଦିର ପ୍ରାଙ୍ଗଣରେ ଗଞ୍ଜାମ ଜିଲ୍ଲା ନିର୍ମାଣ ଶ୍ରମିକ ସଂଘ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏକ ଜରୁରୀକାଳୀନ ବୈଠକ ରବିବାର ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ସେଣ୍ଟ୍ରାଲ ଓ ଆଞ୍ଚଳିକ ଟ୍ରେଡ୍ ୟୁନିୟନର ପ୍ରତିନିଧିମାନେ ଯୋଗଦେଇଥିବା ସହ ନିର୍ମାଣ ଶ୍ରମିକମାନଙ୍କୁ ମିଳୁଥିବ ବିଭିନ୍ନ ସହାୟତା କାର୍ଡ ଅନୁମୋଦନରେ ହେଉଥିବା ସମସ୍ୟା ନେଇ ଆଲୋଚନା ହେବା ସହ ସମସ୍ତ ପ୍ରତିନିଧି ମାନଙ୍କ ସର୍ବସମ୍ମତି କ୍ରମେ ଆଇ.ଏନ୍‌.ଟି.ୟୁ.ସି.ର ଶ୍ରମିକ ନେତା ଇଜୁ ଆମିନ ଖାନଙ୍କୁ ଗଞ୍ଜାମ ଜିଲ୍ଲା ନିର୍ମାଣ ଶ୍ରମିକ ସଂଘ କ୍ରିୟାନୁଷ୍ଠାନ କମିଟିର ସଭାପତି ରୂପେ ସର୍ବସମ୍ମତି କ୍ରମେ ମନୋନୀତ କରାଯାଇଛି । ଉପଦେଷ୍ଟା ମଣ୍ଡଳୀ ରୂପେ ଶ୍ରମିକ ନେତା ରାଜେନ୍ଦ୍ର ଦାସ (ଏଚ୍.ଏମ୍.ଏସ୍.), ପ୍ରଶାନ୍ତ ପାଟ୍ଟଯୋଶୀ (ଏ.ଆଇ.ଟି.ୟୁ.ସି.), ପ୍ରବୀଣ କୁମାର ଦାସ (ଏ.ଆଇ.ଟି.ୟୁ.ସି.), ଶଙ୍କର ସାହୁ, ରମେଶ ଦାସ ପ୍ରମୁଖଙ୍କୁ ମନୋନୀତ କରାଯାଇଥିଲା । ଏହି ବୈଠକରେ ବିଭିନ୍ନ ଟ୍ରେଡ ୟୁନିୟନର ସଭାପତି ସଂପାଦକ ପ୍ରତିନିଧିମାନେ ଯୋଗ ଦେଇଥିଲେ । ବିଜୟ ମୁଦୁଲି, ରବିନ୍ଦ୍ର କୁମାର ବେହେରା, ଲକ୍ଷ୍ମୀପ୍ରିୟା ବେହେରା, କାଳୁ ଚରଣ ନାୟକ, ହେମଲତା ନାୟକ, ପ୍ରତାପ ନାୟକ, ଜଗନ୍ନାଥ ପ୍ରଧାନ, ଶଙ୍କର ବେହେରା, ଅଭିମନ୍ୟୁ ନାୟକ, ରଘୁନାଥ ରେଡ୍ଡୀ, ମୀନତି ପାତ୍ର, ପ୍ରୀତମ ପଟ୍ଟନାୟକ, ଲୋକନାଥ ତ୍ରିପାଠୀ, ଶିବ ବେହେରା, ମମତା ନାୟକ, ସିମାଞ୍ଚଳ ନାହାକ ପ୍ରମୁଖ ଉପସ୍ଥିତ ରହି ମତାମତ ଦେବା ସହ ଅଂଶଗ୍ରହଣ କରିଥିଲେ ।

jayashree
Leave A Reply

Your email address will not be published.