mahavir

ମଧୁସୂଦନ ଦାସଙ୍କ ଜୟନ୍ତୀ ଓ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିରର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପୂଜ୍ୟପୂଜା ସେବା ସଂଗଠନ ତରଫରୁ ଟିକ୍ରାପଡା ରାମ ମନ୍ଦିର ଠାରେ ଅବସରପ୍ରାପ୍ତ ହାଇସ୍କୁଲ ଶିକ୍ଷକ ତଥା ଶିକ୍ଷାବିତ ଗିରିଜା ଶଙ୍କର ରଥଙ୍କ ଅଧ୍ୟକ୍ଷତାରେ ପ୍ରଥମ ପର୍ଯ୍ୟାୟରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ପାଳନ ହୋଇଥିଲା । ପ୍ରଥମରେ ସଂଗଠନର ସଂପାଦକ ସୁନାଧର ବନଛୋର ଅନୁଷ୍ଠାନର ଆଭିମୁଖ୍ୟ ଓ ଅତିଥି ପରିଚୟ ଦେଇଥିଲେ । ଏହି ସଭାରେ ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ, ଡ. ପ୍ରେମଚାନ୍ଦ ମହାନ୍ତି, ଅଧ୍ୟାପକ ଜୟ କୁମାର ଆଚାର୍ଯ୍ୟ, ଧର୍ମବ୍ରତ ରଥ, ରାଜ କିଶୋର ପଣ୍ଡା, ଆଦ୍ୟାଶକ୍ତି ନାରୀ ସଂଗଠନର ସଭାପତି ମାଳତି ଉଦ୍‌ଗାତା ଓ ରାଜଶ୍ରୀ ତ୍ରିପାଠୀ ନିଜ ନିଜ ବକ୍ତବ୍ୟରେ ମଧୁବାବୁଙ୍କ ତ୍ୟାଗପୁତ ଜୀବନ, ତାଙ୍କ ଜୀବନର ଅର୍ଦ୍ଧଶତାବ୍ଦୀର ଅବଦାନରେ ଓଡିଆ ଜାତି ଓ ଭାଷାର ଗାରିମାମୟ ଉତ୍‌ଥାନ ସଂପର୍କରେ ଆଲୋଚନା କରିଥିଲେ । ଦ୍ୱିତୀୟ ପର୍ଯ୍ୟାୟରେ ଅବସରପ୍ରାପ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ମନୋରଂଜନ ମହାପାତ୍ରଙ୍କ ବିୟୋଗରେ ଶୋକ ପ୍ରକାଶ କରାଯାଇଥିଲା । ତାଙ୍କର ଅମର ଆତ୍ମାର ସତଗତି ନିମନ୍ତେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇ ଉପରୋକ୍ତ ସମସ୍ତ ବକ୍ତା ଡା. ମହାପାତ୍ରଙ୍କ ଜୀବନ ଆଦର୍ଶ ଓ ସେବା ମାନସିକତାର ଭାବକୁ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମକୁ ଦୁର୍ଗା ସାହୁ, ଚୁଡେନ୍ଦ୍ର କୁମାର ବେହେରା, ଅରୁଣ କୁମାର ଖୁଆସ, ଦିବାକର ହୋତା, ପ୍ରେମାନନ୍ଦ ବିଶ୍ୱାଲ, ହୃଷିକେଶ ପୁରୋହିତ, ନାରାୟଣ ମିଶ୍ର ଓ ମଦନ ମୋହନ ରଥ ସହଯୋଗ କରିଥିଲେ । ଶେଷରେ କସ୍ତୁରୀ ରଥ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.