
ସୁବର୍ଣ୍ଣପୁର, (କେପିଏନ୍ଏସ୍) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ବନ୍ଧପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଆଦର୍ଶ ପ୍ରଧାନ ଶିକ୍ଷକ ପହିଲ ବୁଡ଼େକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ବିଦ୍ୟାଳୟ ପରିଚାଳନା କମିଟି ସଭାପତି ବନବସ ଭୁଏଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ବ୍ଲକ ଶିକ୍ଷାଧିକାରୀ ଗଣେଶ କିଷାନ ମୁଖ୍ୟ ଅତିଥି, ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ଗଞ୍ଜଲୁ ମିର୍ଦ୍ଧା ମୁଖ୍ୟ ବକ୍ତା, ଗୋଷ୍ଠୀ ସହ ଶିକ୍ଷାଧିକାରୀ ଜଗତ ମଲ୍ଲିକ, ବନ୍ଧପାଲି ସରପଞ୍ଚ କ୍ଷୀରଧର ବୁଡ଼େକ, ସରଗୁଲ ସିଆରସିସି ନୀଳକଣ୍ଠ ନାଏକ, ଚିନାଜୁରୀ ସିଆରସିସି ରମେଶ ଭୋଇ, ଡୁଙ୍ଗୁରିପାଲି ସିଆରସିସି ପ୍ରବୀର ଭୋଇ, ୱାର୍ଡ ସଭ୍ୟ ପଦ୍ମଲୋଚନ ବଗର୍ତ୍ତୀ, ଅବସରପ୍ରାପ୍ତ ଶିକ୍ଷକ ରାତ୍ର ମେସୁଆ, ଲିଙ୍ଗରାଜ ରଣା, ଅଗ୍ନି ବୁଡ଼େକ, ବଳଭଦ୍ର ବୁଡ଼େକ ସମ୍ମାନିତ ଅତିଥିଭାବେ ଯୋଗଦେଇ ସମ୍ବର୍ଦ୍ଧନା ଜ୍ଞାପନ କରିବା ସହ ଅବସର ଗ୍ରହଣ କରିଥିବା ପ୍ରଧାନ ଶିକ୍ଷକ ବୁଡ଼େକଙ୍କ କୃତିତ୍ୱ ଅବତାରଣା କରିଥିଲେ । ଗଜମାଲ ପ୍ରାଥମିକ ବିଦ୍ୟାଳୟ ଓ ବନ୍ଧପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଭାବେ କରିଯାଇଥିବା ଉତ୍ତମ କାର୍ଯ୍ୟ ଶିକ୍ଷକ ସମାଜର ପଥ ପ୍ରଦର୍ଶକ ହୋଇ ରହିବ ବୋଲି ଅତିଥିଗଣ ମତବ୍ୟକ୍ତ କରିଥିଲେ । ଶ୍ରୀଯୁକ୍ତ ବୁଡ଼େକ ନିଜ ଶିକ୍ଷକତା ଜୀବନର ବିଗତ ଦିନର କଥାର ସ୍ମୃତି ଚାରଣ କରିବା ସହ ଛାତ୍ରଛାତ୍ରୀଙ୍କୁ ଆଶୀର୍ବଚନ ପ୍ରଦାନ କରିଥିଲେ । ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀମାନେ ଫୁଲତୋଡ଼ା ଓ ଉପଢୌକନ ପ୍ରଦାନ ପୂର୍ବକ ଆଶୀର୍ବାଦ ନେଇଥିଲେ । କଳା ଶିକ୍ଷକ ତଥା ଚିତ୍ରଶିଳ୍ପୀ ପ୍ରସନ୍ନ କୁମାର ତାଣ୍ଡି ନିଜ ଅଙ୍କିତ ଫଟୋ ଚିତ୍ର ପ୍ରଦାନ କରିଥିଲେ । ଛାତ୍ରଛାତ୍ରୀମାନେ ସଭା ପ୍ରାରମ୍ଭରେ ସ୍ୱାଗତ ସଂଗୀତ ଓ ଶେଷରେ ବିଦାୟ ସଂଗୀତ ଗାଇ ନିଜର ଗୁରୁଭକ୍ତି ପ୍ରଦର୍ଶନ କରିଥିଲେ । ଶିକ୍ଷକ ବାଳକିଶୋର ମେହେର, ଚୁମ୍ବକ ପଧାନ, ସୁଶୀଲ ସେଠ୍, ଜୀବର୍ଦ୍ଧନ ପଧାନ, ସୁଦାମା ଦାରିଦ୍ର୍ୟ ଭଂଜନ ଦାଶ, ଦେବବ୍ରତ ବୁଡ଼େକ, ଦୟାନିଧି ବୁଡ଼େକ, ପୂର୍ଣଚନ୍ଦ୍ର କୁମ୍ଭାର, ଦିଲୀପ ବୁଡ଼େକ, ରମେଶ ସାହୁ, ରୁକୁଣୀ ସାହୁ, ଅଶ୍ୱିନୀ କୁମାର ବେହେରା, ଆରତୀ ଖମାରୀ ଶିକ୍ଷୟିତ୍ରୀ ଦୀପ୍ତିମୟୀ ପଧାନ, ସାଗରୀକା ଘିବେଲା, ଏସଏମସି ଉପାଧ୍ୟକ୍ଷ ଅରୁଣା ବଗର୍ତ୍ତୀ, ଉପସଭାପତି ଆଶା ଯମୁନା ବୁଡ଼େକ , ଅଙ୍ଗନୱାଡି କର୍ମୀ ଦେବକୀ ଜଗତ, ଲକ୍ଷ୍ମୀ ବୁଡ଼େକ, ରଙ୍ଗଲତା ମହାମଲ୍ଲିକ, ଅବିଭାବକ ଓ ବନ୍ଧପାଲି ଗ୍ରାମବାସୀ ସହଯୋଗ କରିଥିଲେ । ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଥବିର ବୁଡ଼େକ ସଭା ପରିଚାଳନା କରିଥିବା ବେଳେ ଶିକ୍ଷକ ହେମକାନ୍ତ ମେହେର ଧନ୍ୟବାଦ ଅର୍ପଣ କରିଥିଲେ । ଶେଷରେ ସଂକୀର୍ତ୍ତନ ସହ ଗ୍ରାମ ପରିକ୍ରମା କରି ଘରକୁ ପାଛୋଟି ନେଇ ସୁଖ ସମୃଦ୍ଧି କାମନା କରିଥିଲେ ।