ଅସହାୟ ଶବ ସତ୍କାର କଲା ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ

ବଲାଙ୍ଗିର, (କେପିଏନ୍‌ଏସ୍‌) : କିଛି ଦିନ ଆଗରୁ ବଲାଙ୍ଗିର ଡାକ୍ତରଖାନାରେ ଜଣେ ବୃଦ୍ଧଙ୍କୁ ଭର୍ତି କରାଯାଇଥିବା ବେଳେ ବିଙ୍ଗ ହ୍ୟୁମାନର କର୍ମକର୍ତ୍ତା ମାନେ ତାଙ୍କର ସେବା କରୁଥିଲେ । ପରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଯାଇଛି । ହେଲେ ବୃଦ୍ଧ ଜଣଙ୍କର କୌଣସି ଆତ୍ମୀୟ ସ୍ୱଜନ ନ ଆସିବାରୁ ଆଜି ସାମାଜିକ ଅନୁଷ୍ଠାନ ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ ତରଫରୁ ସ୍ଥାନୀୟ ବିଭୁତିପଡା ଶ୍ମଶାନରେ ମର୍ଯ୍ୟାଦାର ସହ ତାଙ୍କ ଶବ ସତ୍କାର କରାଯାଇଛି । ଏହି ମହତ କାର୍ଯ୍ୟରେ ଅନୁଷ୍ଠାନର ସୋମନାଥ ମିଶ୍ର, କନ୍ଦର୍ପ ପଧାନ, ବିଶ୍ୱଜିତ ପଟେଲ, ରଜତ ପଧାନ, ବୁଲୁ ମହାକୁର, ରିଙ୍କୁ ଦାସ, ମୁକେଶ ପଧାନ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।

Leave A Reply

Your email address will not be published.

twelve + two =

error: Content is protected !!