ନିଷ୍ଠା ପରିବାର ତରଫରୁ ପୁଣି କରୋନା ସଂକ୍ରମିତଙ୍କ ଶବଦାହ

ବରଗଡ଼, (ନିରୋଜ କୁମାର ପାଣୀ) : କରୋନା ମହାମାରୀ ସମୟରେ ରାଉରକେଲାର ଜଣେ ମହିଳା ଓ ସୋହେଲା ପେଟୁପାଲିର ଜଣେ ବ୍ୟକ୍ତି କରୋନା ରୋଗରେ ଗତକାଳି ମୃତ୍ୟୁବରଣ କରିଥିଲେ । ପ୍ରଶାସନ ଏବଂ ପରିବାର ବର୍ଗଙ୍କଠାରୁ ଖବର ପାଇ ନିଷ୍ଠା ପରିବାର ବଢାଇଥିଲା ସାହାଯ୍ୟର ହାତ । ନିଷ୍ଠା ଟିମ୍ ପହଂଚି ତାଙ୍କ ପରିବାର ବର୍ଗଙ୍କ ସହ ମିଶି ଉଭୟ ଶବଦାହ କରିଥିଲା । ଏହି ଶବଦାହରେ ନିଷ୍ଠା ପରିବାରର ଉପଦେଷ୍ଟା ବିଦ୍ୟାଧର ଭୋଇ, କୋଷାଧକ୍ଷ ଶ୍ୟାମସୁନ୍ଦର ସାହୁ, ସଦସ୍ୟ ବିରେନ୍ଦ୍ର ମହାନନ୍ଦ ଏବଂ ମାନସ ମେହେର ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.